ଜୁନ ୨୫ରୁ ଠପ ହେବ ସରକାରୀ କାମ : ଅନିର୍ଦ୍ଧିଷ୍ଟ କାଳ ଲାଗି ଧର୍ମଘଟକୁ ଯିବେ ସମସ୍ତ ପ୍ରକାର ଠିକା କର୍ମଚାରୀ

ଭୁବନେଶ୍ୱର ତା ୨୩/୦୬ (ଓଡ଼ିଆ ପୁଅ) – ଲକ୍ଷ ଲକ୍ଷ ସ୍ଥାୟୀ କର୍ମଚାରୀଙ୍କ ଅଭାବ ପୂରଣ କରିବାକୁ ଯାଇ ରାଜ୍ୟ ସରକାର ସମସ୍ତ ସରକାରୀ, ନିଗମ ଓ ସମବାୟ ସଂସ୍ଥାରେ ଆଉଟସୋର୍ସିଙ୍ଗ ଭଳି କୁତ୍ସିତ ବ୍ୟବସ୍ଥା କୁ ଆଧାର କରି ଉଚ୍ଚଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିଭଳି କଠୋର ନିଯୁକ୍ତି ପରୀକ୍ଷା ମାଧ୍ୟମରେ ନିଯୁକ୍ତି ଦେଇଥିବା ଉଚ୍ଚଶିକ୍ଷିତ ଯୁବବର୍ଗଙ୍କୁ ଠିକା ତଥା ଚୁକ୍ତିଭିତ୍ତିକ ପଦରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏହି ଦୁଇ ବ୍ୟବସ୍ଥାକୁ ଓଡ଼ିଶା କର୍ମଚାରୀ ମହାମଞ୍ଚ ଘୋର ନିନ୍ଦା କରୁଛି। କାରଣ ୩ୟ ପକ୍ଷଙ୍କ ଇଜିଲାସରେ ନିଯୁକ୍ତି ପାଉଥିବା କର୍ମଚାରୀ କେବଳଯେ ଖୋଲାଖୋଲି ସର୍ଭିସ ପ୍ରୋଭାଇଡ଼ର ସଂସ୍ଥା ମାନଙ୍କ ଦ୍ୱାରା ଶୋଷଣର ଶୀକାର ହେଉଛନ୍ତି ତାହା ନୁହେଁ ଅଧିକନ୍ତୁ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ମଧ୍ୟ ଶୋଷିତ ତଥା ଉପେକ୍ଷିତ ହେଉଛନ୍ତି। ସରକାରୀ ବିଭାଗରେ ଦିନରାତି ସେବା ଯୋଗାଇବେ ମାତ୍ର ପ୍ରଭୁମାନଙ୍କର ଇଛା ହେଲେ ତାଙ୍କୁ ଟୁଥ୍ପେଷ୍ଟ ଭଳି ଫିଙ୍ଗିଦେବେ। ୭ମ ବେତନ କମିଶନ ସୁପାରିସ ପରେ ବି.ସି, ଡ଼ି, ଗ୍ରୁପର କର୍ମଚାରୀଙ୍କ ଉପରେ ଆଉ ଠିକା ବ୍ୟବସ୍ଥା ଲଦିଦେବାର କୌଣସି ଯଥାର୍ଥତା ନାହିଁ। ଏହାର ଯୁକ୍ତିଯୁକ୍ତ ଦିଗ ସମ୍ପର୍କରେ ବାରମ୍ବାର ଅନୁରୋଧ କଲେ ମଧ୍ୟ ସରକାର ଏହାକୁ ସ୍ୱୀକାର କରୁଛନ୍ତି ମାତ୍ର କାର୍ଯକାରୀ କରୁନାହାନ୍ତି। ଅର୍ଥ ସଚିବ ଗତ ତା ୧୪-୦୩-୨୦୧୮ ରିଖରେ ଉଚ୍ଚକ୍ଷମତା ସମ୍ପର୍ଣ୍ଣ କମିଟି ସହିତ ପ୍ରତିନିଧି ମାନଙ୍କର ଆଲୋଚନା କରିବାର ପ୍ରତିଶୃତି ଦେଇ ମଧ୍ୟ ଚୁପଚାପ ବସିଛନ୍ତି।

ସହିବାର ସବୁ ସୀମା ଅତିକ୍ରାନ୍ତ ହୋଇଥିବାରୁ ଓଡ଼ିଶା କର୍ମଚାରୀ ମହାମଞ୍ଚ ପକ୍ଷରୁ ଗତ ତା ୦୧/୦୬/୨୦୧୮ ରିଖରୁ ତା ୦୮/୦୬/୨୦୧୮ ରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଆଉଟସୋର୍ସିଙ୍ଗ ଓ ଚୁକ୍ତିଭିତ୍ତିକ କର୍ମଚାରୀମାନେ କଳାବ୍ୟାଜ ପରିଧାନ କରିଥିଲେ। ଏହି ସମୟସୀମା ମଧ୍ୟରେ ସରକାର ସମାଧାନର ବାଟ ବାହାର ନକରିବାରୁ ବାଧ୍ୟ ହୋଇ ଆସନ୍ତା ତା ୨୫/୦୬/୨୦୧୮ ରିଖରୁ ତା ୨୬/୦୬/୨୦୧୮ରିଖରେ ଲୋୟର ପିଏମଜି ଠାରେ ଅନିର୍ଦ୍ଧିଷ୍ଟକାଳ ଅହୋରାତ୍ର ଗଣଧାରଣା ଅର୍ଥ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କ ବାସଭବନରେ ଦାବିପତ୍ର ଦେବା ସହ ଆସନ୍ତା ତା ୨୭/୦୬/୨୦୧୮ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ‘ନବୀନ ନିବାସ ଚାଲ’ କାର୍ଯ୍ୟକ୍ରମ କରାଯିବ। ରାଜ୍ୟ ପ୍ରଶାସନ କିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ଆଭିମୁଖ୍ୟକୁ ଲୋକହସା କରାଇବାର ଷଡ଼ଯନ୍ତ୍ର କରୁଛନ୍ତି ତାହା ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀକୁ ସୁଚାଇ ନ୍ୟାୟ ମଗାଯିବ।

ଆଜିର ଏହି ପ୍ରତିବାଦ ସଭାରେ ମହାମଞ୍ଚର ଆବାହକ ଶ୍ରୀ ପ୍ରଭାତ ମହାନ୍ତି ଓ ମଧୁ ମଲ୍ଲିକ ଙ୍କ ସମେତ ରାଜ୍ୟ ସଚିବାଳୟ ଏବଂ ବିଭାଗୀୟ ମୁଖ୍ୟ ଦପ୍ତରରେ କାର୍ଯ୍ୟ କରୁଥିବା ଏହି ବର୍ଗର ବିଭିନ୍ନ ଶହ ଶହ କର୍ମଚାରୀମାନେ ଯୋଗ ଦେଇ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଉଟ ସୋର୍ସିଙ୍ଗ କର୍ମଚାରୀ ସଙ୍ଘର ସଭାପତି ସଞ୍ଜୟ କୁମାର ପଟ୍ଟନାୟକ, ଚୁକ୍ତି ଭିତ୍ତିକ କର୍ମଚାରୀ ସଙ୍ଘର ସଭାପତି ବିଜୟ କୁମାର ମଲ୍ଲ, ଯୁଗ୍ମ ସମ୍ପାଦକ ମିହିର ନାରାୟଣ ଜେନା, ତାପସ କୁମାର ମିଶ୍ର, ସତ୍ୟବ୍ରତ ବାରିକ, ପ୍ରକାଶ ଚନ୍ଦ୍ର ବେଦାନ୍ତ, ସଚିତ୍ର କୁମାର ଦାସ, ହେମନ୍ତ ବସ୍ତିଆ, ସମରେନ୍ଦ୍ର ପ୍ରଧାନ, ଦେବ ସାହୁ, ପ୍ରତାପ କୁମାର ନାଥ, ରାଜିବ କୁମାର ହାତି, ଶୁଭ୍ରଜିତ୍ତ ପଢିଆରୀ, ରଶ୍ମୀରଞ୍ଜନ ପାଢ଼ି, ଅରୁନ୍ଧତୀ ମିଶ୍ର, ପ୍ରଗତି ବେହେରା, ସ୍ନିଗ୍ଧା ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *