ଜୁନ୍ ୨୪ରେ ଇଗ୍ନୋ ଓପନ ମ୍ୟାଟ୍ ପରୀକ୍ଷା : ଅହମ୍ମଦାବାଦ ଜେଲରେ ଅନୁଷ୍ଠିତ ହେବ ପରୀକ୍ଷା

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ମ୍ୟାନେଜମେଂଟ ପାଠ୍ୟକ୍ରମ ପାଇଁ ଓପନ ମ୍ୟାଟ୍ ପରୀକ୍ଷା ୨୪ ଜୁନ ୨୦୧୮ ରବିବାର ଦିନ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଦେଶସାରା ୬୭ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ଅହମ୍ମଦାବାଦର ଏକ ଜେଲରେ ମଧ୍ୟ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ହଲ ଟିକେଟ ଇଗ୍ନୋ ୱେବସାଇଟ www.ignou.ac.in ରେ ଉପଲବ୍ଧ। ପରୀକ୍ଷାର୍ଥୀ ଏହି ହଲ ଟିକେଟ ଇଗ୍ନୋ ଆଂଚଳିକ କେନ୍ଦ୍ରରୁ ମଧ୍ୟ ପାଇପାରିବେ। ଭୁବନେଶ୍ୱର ଆଂଚଳିକ କେନ୍ଦ୍ର ଅନ୍ତର୍ଗତ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୨କୁ କେନ୍ଦ୍ର ଭାବେ ଚୟନ କରାଯାଇଛି। ପରୀକ୍ଷାର୍ଥୀମାନେ ନିର୍ଦ୍ଧାରିତ ସମୟର ୪୫ ମିନିଟ ଆଗରୁ କେନ୍ଦ୍ରରେ ପହଂଚିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *