ଓଡ଼ିଶା

ଜୁନାଗଡ ରେଳ ଷ୍ଟେସନରୁ ମାଳ ଗାଡି ଚଳାଚଳ ଆରମ୍ଭ

କଳାହାଣ୍ଡି- ୧୬/୬ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ବ୍ୟବସାୟୀକ ସହର ଜୁନାଗଡ ଠାରେ ପ୍ରଥମ କରି ମାଳ ପରିବହନ ପାଇଁ ରେଳେଷ୍ଟସନରେ ମାଳ ଗାଡିର ଶୁଭାରମ୍ଭ ହେବାପରେ ସମଗ୍ର ଅଂଚଳରେ ଖୁସିର ଲହରୀ ଖେଲି ଯାଇଛି। ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଲାଂଜିଗଡ ରୋଡ ଠାରୁ ଜୁନାଗଡ ରେଳପଥ ନିର୍ମାଣ କରାଯିବାର ଘୋଷଣା ହେବାର ଦୀର୍ଘ କୋଡିଏ ବର୍ଷ ପରେ ଜୁନାଗଡ ଠାରେ ରେଳ ଷ୍ଟେସନର ଶୁଭାରମ୍ଭ ହୋଇଥିଲା। ସମଗ୍ର ଧର୍ମଗଡ ଉପଖଣ୍ଡ ଅଂଚଳ ବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଯାଇଥିଲା। ଜୁନାଗଡ ରେଳ ଷ୍ଟେସନ ଆରମ୍ଭ ହେବା ପରେ ଏହି ଅଂଚଳ ବାସୀ ସୁବିଧାରେ ରେଳ ଯାତ୍ରା କରିପାରୁଥିବା ବେଳେ ମାଳ ପରିବହନ ପାଇଁ ଅସୁବିଧା ହେଉଥିଲା। ଜୁନାଗଡ ବ୍ଲକ ସମେତ ସମଗ୍ର ଧର୍ମଗଡ ଉପଖଣ୍ଡରେ ପ୍ରଚୁର ପରିମାଣରେ ଧାନ ଉତ୍ପାଦନ ହେଉଥିବା ବେଳେ ଏହି ଅଂଚଳରୁ ପ୍ରଚୁର ଚାଉଲ ଅନ୍ୟ ରାଜ୍ୟକୁ ସରକାରୀ ଭାବେ ଯୋଗାଇ ଦିଆଯାଇଥାଏ। ପୂର୍ବରୁ କେସିଙ୍ଗାସ୍ଥିତ କେନ୍ଦ୍ରିୟ ପଣ୍ୟାଗାର ରୁ କେସିଙ୍ଗା ରେଳ ଷ୍ଟେସନରେ ହିଁ ମାଳ ଗାଡି ଯୋଗେ ଚାଉଲ ପଠାଯାଉଥିଲା। ଫଳତଃ ଏହି ଧର୍ମଗଡ ଉପଖଣ୍ଡ ଅଂଚଳରୁ ଉତ୍ପାଦିତ ଚାଉଲ ଟ୍ରକ ଯୋଗେ କେସିଙ୍ଗା ପଣ୍ୟାଗାରକୁ ପଠାଯିବାର ବ୍ୟବସ୍ଥା ଥିଲା। ଜୁନାଗଡ ରେଳ ଷ୍ଟେସନ ଠାରେ ଏଭଲି ମାଳ ପରିବହନ ପାଇଁ ବ୍ୟବସ୍ଥା ହେବା ପରେ ଅନ୍ତତଃ ଧର୍ମଗଡ ଉପଖଣ୍ଡ ଅଂଚଳରୁ ସୁବିଧାରେ ଚାଉଲ ଏବଂ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀ ରପ୍ତାନୀ କରାଯିବାର ସୁବ୍ୟବସ୍ଥା ହୋଇପାରିବ ବୋଲି ଆଶା କରାଯାଉଛି। ଗତ ବୁଧବାର ରାତିରେ ଏକ ୪୨ ବଗି ବିଶିଷ୍ଟ ମାଳ ଗାଡି ଜୁନାଗଡ ରେଲ ଷ୍ଟେସନକୁ ଆସିବା ପରେ ଗୁରବାର ଦିନ ସକାଳେ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ସମେତ କେନ୍ଦ୍ରିୟ ଓ ରାଜ୍ୟ ପଣ୍ୟାଗାର ର ପଦାଧିକାରୀ ତଥା ଏଫସିଆଇ ର ପଦାଧିକାରୀ ମାନେ ଆସି ଜୁନାଗଡରୁ ମାଳ ପରିବହନର ଶୁଭାରମ୍ଭ କରିଥିଲେ। ଏଥିପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ପୂର୍ବ ପ୍ରସ୍ତୃତି କରାଯାଇଥିଲେ ହେଁ ଏହାର ପ୍ରସାର ପାଇଁ ଗଣମାଧ୍ୟମ କୁ ଖବର ଦିଆଯାଇନଥିଲା। ଫଳତଃ ବହୁ ସମୟ ପରେ କିଛି ଗଣମାଧ୍ୟମ ପ୍ରତିନିଧି ରେଳ ଷ୍ଟେସନକୁ ଯାଇ ସେ ସଂପର୍କରେ ଜାଣିପାରିଥିଲେ। ଜୁନାଗଡ ରେଳ ଷ୍ଟେସନରୁ ମାଳ ପରିବହନ ପାଇଁ ଆବଶ୍ୟକ ଭିତିଭୂମି ନିର୍ମାଣ ସହିତ ମାଳଗାଡି ଚଳା ଚଳ ଏବଂ ଅନ୍ୟାନ୍ୟ ଯାତ୍ରୀ ବାହୀ ରେଳ ଚଳା ଚଳ କରାଯିବା ପାଇଁ ଜୁନାଗଡ ସାମ୍ବାଦିକ ସଂଘ ତଥା ଅନ୍ୟାନ୍ୟ ସଂଘ ଗୁଡିକ ପକ୍ଷରୁ ଅନେକ ସମୟରେ ରେଳ ବିଭାଗ ପଦାଧିକାରୀଙ୍କ ପାଖରେ ଦାବି କରାଯାଉଥିଲା। ସେ ଯାହା ହେଉନା କାହିଁକି ଜୁନାଗଡ ଅଂଚଳ ବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଥିବା ଜନସାଧାରଣରେ ଆଲୋଚନା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top