ଓଡ଼ିଶା

ଜୁନାଗଡ ରେଲୱେ ସାଇଡିଂ ପ୍ଲାଟଫର୍ମ ଭାଙ୍ଗିଲା: ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ

କଳାହାଣ୍ଡି – ୨୦-୭ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ଜୁନାଗଡ ରେଳ ଷ୍ଟେସନ ମଧ୍ୟରେ ପ୍ରାୟ ସାତ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ରେଳୱେ ସାଇଡିଂ ଚଳିତ ବର୍ଷାରେ ଅନେକ ସ୍ଥାନରେ ଧୋଇ ହୋଇଯାଇଥିବା ସହିତ ସ୍ଲାଇଡିଂ ପ୍ଲାଟଫର୍ମ କଂକ୍ରିଟ ଭାଙ୍ଗି ଯାଇ ଚଟାଣ ଦବିଯାଇଥିବାର ଦେଖାଯାଉଛି। ଅତି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ମାତ୍ର ଦୁଇ ମାସ ମଧ୍ୟରେ ଏହା ଧୋଇ ଯାଇଥିବା ଏବଂ ଭାଙ୍ଗି ଯାଇଥିବା ଚର୍ଚ୍ଚା ହେଉଛି। ରେଲୱେ ବିଭାଗ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ନିର୍ମାଣ ବିଭାଗ ମାଧ୍ୟମରେ ଟିଟଲାଗଡର ଜନୈକ ଠିକାଦାର ଦ୍ୱାରା ଏହି ପ୍ରାୟ ସାତ କୋଟି ଟଙ୍କାର କାର୍ଯ୍ୟରେ ପ୍ଲାଟଫର୍ମ, ସାଇଡିଂ ଚଟାଣ ଓ ଦୁଇ ଗୋଟି ସେଡ କାମ ଅନ୍ତର୍ଭୁକ୍ତ ଥିଲା। ପ୍ରଥମରୁ ହିଁ ଏହି କାମ ସବୁ ନିମ୍ନ ମାନରେ ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତଥାପି ସମସ୍ତ କଥାକୁ ଅଣଦେଖା କରି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାମଟି ନିମ୍ନ ମାନରେ ସଂପାଦିତ ହୋଇଥିବା ଯୋଗୁଁ କାମ ସରିବାର ଦୁଇମାସ ନସରୁଣୁ ଭାଙ୍ଗି ଯାଇଥିବାର ଆଲୋଚନା ହେଉଛି। ଗତ ଜୁନରେ ସାଇଡିଂ କାମ ସଂପୂର୍ଣ୍ଣ ହୋଇଯାଇଥିବା ବେଳେ ବର୍ତମାନ ପ୍ଲାଟଫର୍ମ କାମ ଚାଲୁ ରହିଛି। ଅପର ପକ୍ଷରେ ଗତ ଜୁନ ୧୩ ତାରିଖରୁ ସାଇଡିଂ କାର୍ଯ୍ୟକ୍ଷମ ହୋଇ ର୍ୟାଗ ମାଧ୍ୟମରେ ଚାଉଳ ରପ୍ତାନୀ ହେଉଛି। ତେବେ ନିମ୍ନ ମାନର କାମ ଯୋଗୁଁ ଚାଉଲ ଭର୍ତି ଭାରିଟ୍ରକ ଚାଲିବା ଦ୍ୱାରା କଂକ୍ରିଟରେ ଫାଟ ସୃଷ୍ଟି ହେବା ଦେଖା ଯାଇଥିଲା। ଗତ ରବିବାର ଠାରୁ ହୋଇଥିବା ଲଗାଣ ବର୍ଷାରେ ସାଇଡିଂ ସିମେଂଟ କଂକ୍ରିଟ ଦବି ଯାଇଭାଙ୍ଗି ଯାଇଥିବା ଦେଖାଯାଇଥିଲା। ମଙ୍ଗଳବାର ଦିନ ଏକାଧିକ ସ୍ଥାନରେ ବଡ ବଡ ଗର୍ତ ହେବା ସହିତ ତଳ ମାଟି ଧୋଇଯାଇଛି। ଫଳରେ ରେଲ୍ ଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହା ଦ୍ୱାରା ଆଗାମୀ ଦିନରେ ପୁଣି ର୍ୟାଗ ଲାଗିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ସମ୍ବଲପୁର ରେଳ ବିଭାଗର ଲୋକ ସଂପର୍କ ଅଧିକାରୀ ନିହାର ରଞ୍ଜନ ମିଶ୍ର ଙ୍କୁ ପଚାରିବାରୁ କାମ ଚାଲୁ ରହିଥିବାରୁ ଠିକାଦାର ପୁଣି ସେହି କାମ କରିବ। ହେଲେ ନିର୍ମାଣ ହୋଇଥିବା ସାଇଡିସ ଚଟାଣ କେଉଁ କାରଣରୁ ଭାଙ୍ଗିଲା ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ କାର୍ଯ୍ୟର ମାନ ସଂପର୍କରେ ସବୁ ଜଣାପଡିଯିବା ବୋଲି ସାଧାରଣରେ ମତ ପ୍ରକାଶ ପାଇବାରେ ଲାଗିଛି। ଠିକ ପରିମାଣରେ ମାଟି ଫିଲିଂ କରାଯାଇନଥିବା ଏବଂ ଟିକ ପରିମାଣରେ ମାଟି, ବାଲି, ସିମେଂଟ ମିଶ୍ରଣ କରାନଯାଇଥିବା ହେତୁ ଏଭଲି ଭାବେ ସିମେଂଟ ଚଟାଣ ଭାଙ୍ଗି ଯାଇଥିବା କୁହାଯାଉଛି। ଏଭଲି ଭାବେ ଚଟାଣ ଭାଙ୍ଗିବା ସମୟରେ ରେଲୱେ ର୍ୟାଗ ଲାଗିନଥିବାରୁ ଏକ ନିଶ୍ଚିତ ଦୂର୍ଘଟଣା କୁ ଏଡାଇ ଦିଆ ଯାଇଥିବା ସାଧାରଣରେ ଆଲୋଚନା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top