ଜୁଆ ଆଡ୍ଡା ଉପରେ ଚଢାଉ : ୭ ଗିରଫ

ସମ୍ବଲପୁର, ୨୯ା୩(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ପୋଲିସ ତାରସିଂହ ପଡାରେ ଜୁଆ ଖେଳ ହେଉଥିବା ଖବର ପାଇ ଚଢାଉ କରିଥିଲା। ଚଢାଉ ବେଳେ ପୂର୍ଣ୍ଣ ତାଣ୍ଡି(୩୭), ସୁଶାନ୍ତ ତାଣ୍ଡି(୩୧), ଯୋଗେନ୍ଦ୍ର ତାଣ୍ଡି(୨୨), ଛୋଟୁ ତାଣ୍ଡି(୨୪), ସରୋଜ କାନ୍ଧ(୩୬), ଶୁଶିଲ ବାରିକ(୩୬) ଓ ବିକି କଲେତ(୩୨)ଙ୍କୁ ଗିରଫ କରିବା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ତାଙ୍କ ଠାରୁ ୧ ହଜାର ୧୬୦ଟଙ୍କା ସହ୧୦୪ପତା ତାସ ଜବତ ହୋଇଛି। ଏନେଇ ହୀକାରକୁଦ ଥାନାରେ ୫୯/୧୮ରେ ଏକ ମାମଲା ଦାୟର କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *