ଜୁଆ ଆଡ୍ଡା ଉପରେ ଚଢାଉ : ୩ଜଣ ଗିରଫ

ସମ୍ବଲପୁର, ୩୧ା୩ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ପୋଲିସ ଏନ୍ସିସି କ୍ୟାଣ୍ଟିନ୍ ସମ୍ମୁଖରେ ଜୁଆ ଖେଳ ହେଉଥିବା ଖବର ପାଇ ଚଢାଉ କରିଥିଲା। ଚଢାଉ ବେଳେ ମୋତିଝରନ୍ ଅଞ୍ଚଳର ମାଖନ ଛତ୍ରିଆ(୩୫), ମହମ୍ମଦ ମୁନ୍ନା(୨୩) ଓ ମହମ୍ମଦ ଅକତର୍(୫୦)ଙ୍କୁ ଗିରଫ କରିବା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ତାଙ୍କ ଠାରୁ ୯୮୦ଟଙ୍କା ସହ ୫୨ ପତା ତାସ ଜବତ ହୋଇଛି। ଏନେଇ ଧନୁପାଲି ଥାନାରେ ୧୦୪/୧୮ରେ ଏକ ମାମଲା ଦାୟର କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *