ଜୁଆ ଆଡାରୁ ୪ଗିରଫ

ପାରଳାଖେମୁଣ୍ଡି,୨ା୧୦(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଖଞ୍ଜା ସାହିଠାରେ ବିଳମ୍ବିତ ରାତି ସମୟରେ ଜୁଆ ଖେଳିବା ସମୟରେ ୪ଜଣଙ୍କୁ ପୋଲିସ ଦ୍ୱାରା ଗିରଫ କରାଯାଇଛି । ଦୁର୍ଗା ପୁଜା ଅବସରରେ ପାରଳାଖେମୁଣ୍ଡି ଥାନା ଅଧିକାରି ବାବୁଲି ନାୟକଙ୍କ ନିଦେ୍ର୍ଦଶ କ୍ରମେ ପୋଲିସ ପକ୍ଷରୁ ରାତି ପେଟ୍ରୋଲିଂକୁ କଡାକଡି କରାଯାଇଛି । ପେଟ୍ରୋଲିଂ ସମୟରେ କୌଣସି ସୁତ୍ରରୁ ଖବର ପାଇ ସହକାରି ଉପନିରିକ୍ଷକ ପି.କେ ତାରିଣି ଏବଂ ତାଙ୍କ ଟିମ୍ ଖଞ୍ଜା ସାହି ସ୍ଥିତ ଜୁଆ ଆଡାରେ ପହଞ୍ଚିଥିଲେ । ସେଠାରୁ ନଦର ଟଙ୍କା ସହ ୪ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ୪ଜଣ ହେଲେ ୱାଇ.ଭେଙ୍କଟ ରାଓ, ବି.ଗଙ୍ଗେୟା, ଟି.ନରେଶ,ପି.କନକ ରାଓ । ସେମାନଙ୍କ ଠାରୁ ନଗଦ ୧୫୫୦ଟଙ୍କା ଜବତ ହୋଇଥିବା ବେଳେ ୧୫୫/୧୭ନଂ ରେ ପାରଳାଖେମୁଣ୍ଡି ଥାନା ଏକ ମାମଲା ରୁଜୁ ହୋଇ ଆଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *