ଜିଲ୍ଲା ପରିକ୍ରମା

ଜୀବନ ସଂଗ୍ରାମରେ ହାରିଗଲେ ରଙ୍ଗ ମିସ୍ତ୍ରୀ କୃଷ୍ଣ; ବେସାହାରା ହୋଇଗଲା ଅଭାଗିନୀ ଭିନ୍ନକ୍ଷମ ନାବାଳିକା କଳ୍ପନା

ଯାଜପୁର-୨୨/୮(ଓଡିଆ ପୁଅ/ଏ.ରାଉତ) ଦୀର୍ଘ ମାସେକାଳ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୃଷ୍ଣ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛି। ଏକମାତ୍ର ଭରଷାଥିବା ବାପାର ମୃତ୍ୟୁପରେ ଅଭାଗିନୀ ହୋଇଯାଇଛି ଭିନ୍ନକ୍ଷମ ନାବାଳିକା କଳ୍ପନା। ତେବେ କଳ୍ପନାକୁ ସ୍ଥାନୀୟ ଏକ ବେସରକାରୀ ବିଦ୍ୟାଳୟରେ ନିଯୁକ୍ତି ଦେବାକୁ ଏକ ଶିକ୍ଷା ସଂସ୍ଥା ପ୍ରତିଶୃତି ଦେବାପରେ ତା ଜୀବନ ଜୀବିକାକୁ ନେଇ ଉଠିଥିବା ପ୍ରଶ୍ନବାଚିୀରେ କିଛିଟା ଆଶ୍ୱସ୍ତି ପ୍ରକାଶ ପାଇଛି। କିଛି ଦିନ ପୂର୍ବରୁ ଜଣେ ୧୭ ବର୍ଷର ଭିନ୍ନକ୍ଷମ ନାବାଳିକା ମୁଣ୍ଡରେ ରୋଗିଣା ବାପା ବୋଝ ଶୀର୍ଷକ ଖବର ଗଣମଧ୍ୟମରେ ପ୍ରକାଶିତ ହେବାପରେ ପେଟ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା କୃଷ୍ଣଙ୍କୁ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲର ମେଡିସିନ୍ ୱାର୍ଡରେ ଭର୍ତ୍ତୀ କରାଯାଇଥିଲା। ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା କୃଷ୍ଣକୁ ଅଧିକ ଚିକିତ୍ସାପାଇଁ କଟକ ବଡ ଡାକ୍ତରଖାନାକୁ ନେବାରେ ସହଯୋଗ କରିଥିଲେ ଶହୀଦ ଭଗତ ସିଂ ଯୁବକ ସଂଘର ସଭାପତି ରାଜେନ୍ଦ୍ର କୁମାର ବିଶ୍ୱାଳ ଓ ସଂପାଦକ ହେମନ୍ତ କୁମାର ଧୀର। ସେଠାରେ ବିଭାଗୀୟ ଡାକ୍ତର କୃଷ୍ଣକୁ ଚିକିତ୍ସା ଆରମ୍ଭ କରିଥିବାବେଳେ ତାଙ୍କ ପେଟରେ ଜମିଥିବା ପାଣି ସଂକ୍ରମିତ ହୋଇ ଲିଭରକୁ ବ୍ୟାପି ଯାଇଥିବା ଜଣାପଡିଥିଲା। ଏହାକୁ ପ୍ରଥମେ ନିୟନ୍ତ୍ରଣ କରିବାକୁ ସମୟ ଲାଗିବ ଓ ପରେ ପାଣି ବାହାର କରାଯାଇ ଆବଶ୍ୟକୀୟ ଚିକିତ୍ସା କରାଯିବବୋଲି ପେଟରୋଗ ବିଭାଗୀୟ ମୁଖ୍ୟ ଡାକ୍ତର କହିଥିଲେ। ସଂପୂର୍ଣ୍ଣ ସୁସ୍ଥ ହେବାକୁ କିଛି ଦିନ ସମୟ ଲାଗିବବୋଲି ଡାକ୍ତର କହିବାପରେ ତାଙ୍କର ଏକମାତ୍ର ଭରଷା ନାବାଳିକା ଝିଅ କଳ୍ପନା ମନରେ ବାପାଙ୍କୁ ବଂଚାଇବାର ଆଶା ସଂଚାର କରିଥିଲା। ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ କଳ୍ପନାକୁ ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ବହୁ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଦୀର୍ଘ ମାସେ କାଳ ଡାକ୍ତର ସେଠାରେ ଚିକିତ୍ସା କରୁଥିବାବେଳେ ଗତକାଲି କୃଷ୍ଣ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ସଂକ୍ରମଣ ଏତେ ମାତା୍ରରେ ବ୍ୟାପିଯାଇଥିଲାଯେ ତାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଲାନାହିଁବୋଲି ଚିକିତ୍ସା କରୁଥିବା ଡାକ୍ତର କହିବା ସହିତ ଗତକାଲି ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏଠାରେ କିଛି ସମାଜସେବୀଙ୍କ ଜରିଆରେ କୃଷ୍ଣଙ୍କ ଶବ ସକ୍ରାର କରାଯାଇଛି। ପଚାଶ ବର୍ଷ ବୟସରେ କୃଷ୍ଣକୁ ବାର୍ଦ୍ଧକ୍ୟ ତାଙ୍କୁ ପୁରା ମାଡି ବସିଥିବାବେଳେ ଦାନ୍ତ ତାର ସବୁ ଗଳି ପଡି ମୁଣ୍ଡର ବାଳ ଝୋଟ ପରି ଧୋବ ଫରଫର ହୋଇଯାଇଥିଲା।। ପେଟରେ ପାଣି ଜମି ରହି ପେଟର ଆକାର ଗୋଲାକାର ହୋଇ ବାହାରକୁ ବାହରି ପଡଥିଲା। ଆଜିକୁ ୩୦ ବର୍ଷ ତଳେ କେନ୍ଦୁଝର ଜିଲା ବେଲସୁନ୍ଦରୀ ଗ୍ରାମ ଛାଡି କର୍ମ ଅନ୍ୱେଷଣରେ ଯାଜପୁରରୋଡ ଆସି ଏଠାକାର ଭଟିଆରେ ଭଡାରେ ରହୁଥିଲେ କୃଷ୍ଣ। ରଙ୍ଗ ମିସ୍ତ୍ରୀଭାବେ ପରିଚିତ କୃଷ୍ଣ ଦୁଇ ପଇସା ରୋଜଗାର କରୁଥିବାବେଳେ ଭଲରେ କଟିଯାଉଥିଲା ତାଙ୍କର ୩ ପ୍ରାଣୀର ସଂସାର। ହଠାତ୍ ପେଟରେ ଯନ୍ତ୍ରଣା ହେବାରୁ ଆଉ କାମକୁ ଯାଇ ପାରିଲେ ନାହିଁ ସେ। ଯନ୍ତଣା ଅଧିକ ହୋବାରୁ ଝିଅଙ୍କ ସହାୟତାରେ ସେ ପହଂଚିଥିଲେ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ତାପରେ କଟକରେ ଏକମାସ କାଳ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏକମାତ୍ର ଝିଅ କଳ୍ପନା ଜନ୍ମରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଭିନ୍ନକ୍ଷମ ପାଲଟିଛି। ବାପାଙ୍କୁ ସବୁ କାମରେ ସାହାଯ୍ୟ କରୁଥିବା ଏହି ଭିନ୍ନକ୍ଷମ ଝିଅ କଳ୍ପନା ଖେଳିବା ବୁଲିବା ସମୟରେ ମାଆଙ୍କୁ ହରାଇ ଥିଲେ ମଧ୍ୟ ପାଠପଢ଼ାରେ ଖୁବ ଆଗ୍ରହ ରଖି ୨୦୧୬ ମସିହାରେ ମାଟ୍ରିକ୍ ପାସ କରିସାରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top