ଓଡ଼ିଶା

ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲାଗି ଗୋବର-ଧନ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ ୧-୨ (ଓଡ଼ିଆ ପୁଅ) ଗାଁଗୁଡ଼ିକୁ ଖୋଲାମଳମୁକ୍ତ ଅଂଚଳରେ ପରିଣତ କରିବା ଏବଂ ଗ୍ରାମୀଣ ଜୀବନଧାରଣ ମାନରେ ସୁଧାର ଆଣିବା ନିମନ୍ତେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ଆଜି ନିଜ ବଜେଟ ଅଭିଭାଷଣରେ ଗୋବର-ଧନ (ଗାଲଭାନାଇଜିଂ ଅର୍ଗାନିକ ବାୟୋ-ଏଗ୍ରୋ ରିସୋର୍ସ – ଧନ) ଯୋଜନାର ଶୁଭାରମ୍ଭ ବିଷୟ ଘୋଷଣା କରିଥିଲେ। ଶ୍ରୀ ଜେଟଲୀ କହିଥିଲେ ଯେ ଏହି ଯୋଜନା ଅଧୀନରେ ଗୃହପାଳିତ ପଶୁଙ୍କ ଗୋବର ଏବଂ ଜମିର କଠିନ ବର୍ଜ୍ୟ ପଦାର୍ଥକୁ କମ୍ପୋଷ୍ଟ, ବାୟୋ ଗ୍ୟାସ ଏବଂ ବାୟୋ ସିଏନଜିରେ ପରିବର୍ତିତ କରାଯିବ।

ଅର୍ଥମନ୍ତ୍ରୀ କହିଥିଲେ ଯେ ଭିତିଭୂମି ବିକାଶ, ବିପରୀତ ସ୍ତର ସଫେଇ, ଗ୍ରାମୀଣ ସ୍ୱଚ୍ଛତା ଆଦି ଲାଗି ନମାମି ଗଙ୍ଗେ ଯୋଜନା ଅନ୍ତର୍ଗତ ୧୬, ୭୧୩ କୋଟି ଟଙ୍କା ବ୍ୟୟରେ ୧୮୭ଟି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ଏଥିମଧ୍ୟରୁ ୪୭ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ବାକି ପ୍ରକଳ୍ପ କାର୍ଯ୍ୟକାରୀ ହେବାର ବିଭିନ୍ନ ସ୍ତରରେ ରହିଛି। ଗଙ୍ଗା ନଦୀ କୁଳରେ ଥିବା ୪୪୬୫ଟି ଗ୍ରାମକୁ ଖୋଲା ମଳମୁକ୍ତ କରାଯାଇସାରିଛି।

ସମାବେଶୀ ସମାଜ ନିର୍ମାଣର ଲକ୍ଷ୍ୟ ନେଇ ସରକାର ବିକାଶ ଲାଗି ୧୧୫ଟି ପଛୁଆ ଅଭିଳାଷୀ ଜିଲ୍ଲା ଚିହ୍ନଟ କରିଛନ୍ତି। ଏହି ଜିଲ୍ଲାଗୁଡ଼ିକରେ ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟିସାଧନ, ଜଳସେଚନ, ଗ୍ରାମାଂଚଳ ବିଦ୍ୟୁତିକରଣ, ପାନୀୟ ଜଳ, ଶୌଚାଳୟ ପର୍ଯ୍ୟନ୍ତ ପହଁଚ ଆଦିରେ ନିବେଶ କରି ନିର୍ଦ୍ଧାରିତ ସମୟ ଅବଧିରେ ବିକାଶକୁ ତ୍ୱରାନ୍ୱିତ କରାଯିବ। ଅର୍ଥମନ୍ତ୍ରୀ କହିଥିଲେ ଯେ ଏହି ୧୧୫ଟି ଜିଲ୍ଲା ବିକାଶର ମଡେଲ ଭାବେ ସାବ୍ୟସ୍ତ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top