ଜିଲ୍ଲା ପରିକ୍ରମା

ଜୀବନ ଜୀବିକା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା ୪-୪ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ଗ୍ରାମୀଣ ଆଦିବାସୀ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଜୀବନ ଜୀବିକା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଜରିଆରେ ଫୁଲଝାଡୁ ପ୍ରସ୍ତୁତି ଏବଂ ବଜାର ଉପଲବ୍ଧ ନିମନ୍ତେ ଜେ କେ ପୁର ସ୍ଥିତ ବେଲକଣା ଠାରେ ଏକ ତାଲିମ କାଯ୍ୟ ର୍କ୍ରମ ଅନୁଷ୍ଠିତ ହୋଇଯାଇଅଛି। ଜେ କେ କାଗଜ କଳର କାର୍ଯ୍ୟ ନିର୍ବାହୀ ଉପ-ସଭାପତି ପବନ କୁମାର ସୂରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜେ କେ କାଗଜ କଳର ବରିଷ୍ଠ ଅଧିକାରୀ ଶାନ୍ତନୁ କୁମାର ମହାପାତ୍ର, ନାବାର୍ଡର ଏସ.କେ ସାମଲ, ଲିଡ ବ୍ୟାଙ୍କ ମ୍ୟାନେଜର ପି.ଶ୍ରୀନିବାସ ରାଓ ଏବଂ ଗାଡିଶେଷଖାଲ ପଂଚାୟତର ସରପଂଚ ଲୋକିନାଥ କଣ୍ଡାଗରୀ ଉପସ୍ଥିତ ଥିଲେ। ତାଲିମ ଦାତା ଭାବେ ବିଜୟ ବିଠଲ ଉପସ୍ଥିତ ଥିଲେ। ଶ୍ରୀ ସୁରି ନିଜ ଅଭିଭାଷଣରେ ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ମହିଳା ମାନଙ୍କୁ ଜେ କେ କାଗଜ କଳ ତଥା ସ୍ପର୍ଶ ସଂସ୍ଥା ମାଧ୍ୟମରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାର ପ୍ରତିଶୃତି ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top