ଓଡ଼ିଶା

ଜି.ଏମ୍ . ଲ କଲେଜର ଜାତୀୟ ଆଲୋଚନା ଚକ୍ର: ମହେଶ୍ୱର ମହାନ୍ତିଙ୍କ ବିବାଦୀୟ ମନ୍ତବ୍ୟ

ପୁରୀ, ୨୬/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ନିର୍ବାଚନ ଜିତିବାକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ମହାତ୍ମାଗାନ୍ଧୀ ଯଦି ବଂଚି ଥନ୍ତେ ଟଙ୍କା ବାଂଟି ନପାରି ନିର୍ବାଚନ ହାରି ନଥାନ୍ତେ। ରବିବାର ଅନୁଷ୍ଠିତ ଜାତୀୟ ଆଲୋଚନା ଚକ୍ରରେ ଏପରି ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ସେ କହିଲେ ନିର୍ବାଚନରେ ଏବେ ଯେତିକି ପୋଷ୍ଟର ବ୍ୟାନର ଏବଂ ଟଙ୍କା ଖର୍ଚ୍ଚ ହେଉଛି ଗାନ୍ଧିୀଜୀ ବଂଚିଥିଲେ ସେ ସବୁ କରି ନଥାନ୍ତେ। ତାଙ୍କୁ ହାରିବାକୁ ପଡିଥାନ୍ତା। ନିର୍ବାଚନ ଦୁର୍ନିତୀ ରୋକିବାକୁ ସମ୍ବିଧାନରେ ସଂଶୋଧନ ଆବଶ୍ୟକ। ସରକାରୀ ଖର୍ଚ୍ଚରେ ନିର୍ବାଚନ ପ୍ରଚାର କରାଗଲେ ଟଙ୍କା ନେଇ ଭୋଟ କିଣିବା ରୋକାଯାଇପାରିବ। ଦୁର୍ନିତି ବନ୍ଦ ପାଇଁ ସମସ୍ତଙ୍କ ସଂକଳ୍ପ ଲୋଡା ବୋଲି ଶ୍ରୀ ମହାନ୍ତି କହିଥିଲେ। ଉତ୍କଳ ମହାବିଦ୍ୟାଳୟ ଆଇନ କଲେଜ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସେଥିରେ ଯୋଗ ଦେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର, କହିଲେ ନିର୍ବାଚନ ପ୍ରଚାର କରିବାକୁ ଯାଇଥିଲେ। ଆମକୁ ୫ହଜାର ଟଙ୍କା ମିଳିଛି। ଆପଣ କେତେ ଦେବେ ବୋଲି ଜଣେ ମତଦାତା ତାଙ୍କ ପ୍ରଶ୍ନ କରିଥିବା ନରସିଂହ କହିଛନ୍ତି। ଗୋଟିଏ ଭୋଟର ମୂଲ୍ୟ ଯଦି ୫ ହଜାର ଟଙ୍କା ହୁଏ ତାହାଲେ ନିର୍ବାଚନ ଜିତିବାକୁ କୋଟିଏ କିମ୍ବା ୧୦ କୋଟି ନୁହେଁ। ୧୦୦ କୋଟି ଖର୍ଚ୍ଚ ହୋଇଥିବା ବୋଲି ସେ କହିଛନ୍ତି। କ୍ୟାସଲେସ ସମିତି ଗଠନ ଉପରେ ହୋଇଥାଏ ସାଂଘାତିକ ବୋଲି ମହେଶ୍ୱର ସଭାରେ କହିଛନ୍ତି। ଅବସର ପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଲେ ବିକାଶରେ ବାଧକ ସାଜିଛି ଦୁର୍ନିତି। ପ୍ରଚଳିତ ଆଇନ ଓ ଦଣ୍ଡ ବ୍ୟବସ୍ଥା ଦୁର୍ନିତି ରୋକିବାକୁ ଯଥେଷ୍ଟ ନୁହେଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top