ଜିଲ୍ଲା ପରିକ୍ରମା

ଜିଲା ଖାଉଟୀ ସୁରକ୍ଷା ପରିଷଦ ଅନୁଷ୍ଠିତ

ଭଦ୍ରକ, ୨୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ସମ୍ମଳନୀ କକ୍ଷରେ ଜିଲ୍ଲାଖାଉଟୀ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଜ୍ଞାନଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ଅଶୋକ ବଳ, ଜିଲ୍ଲା ଯୋଗାଣ ଅଧିକାରୀ ଉମାଶଙ୍କର ପତି, ଖାଉଟି ସୁରକ୍ଷା ମଂଞ୍ଚର ସଭାପତି ରଘୁନାଥ କର, ଓଜନମାପ ବିଭାଗର ସହକାରୀ ନିୟନ୍ତକ କମଳାକାନ୍ତ ଦାସ, ଜିଲ୍ଲାପରିଷଦର ସଦସ୍ୟ କ୍ଷୀରୋଦଚନ୍ଦ୍ର ରାଉତ, ସ୍ୱେଛାସେବୀ ଅନୁଷ୍ଠାନ ଫେଲୋସିପର ଏସକେ ଫାରୁକ, ଭଦ୍ରକ ବାଣିଜ୍ୟ ପ୍ରତିଷ୍ଠାନର ସଭାପତି ଗୌରାଙ୍ଗ ପଣ୍ଡା, ସମେତ ବିଭିନ୍ନ୍ନ ବ୍ଲକର ଅଧକ୍ଷ/ଅଧକ୍ଷ୍ୟା, ଜିଲ୍ଲାପରିଷଦର ସଭ୍ୟ ଓ ବିଭିନ୍ନ ଗଣମାଧମର ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଚେତନ ଖାଉଟୀ ସୁରକ୍ଷିତ ଖାଉଟି ଅଟନ୍ତି। ଖାଉଟିମାନଙ୍କୁ ସୁରକ୍ଷାଦେବା ଉପରେ ଆଲେଚନା କରାଯାଇଥିଲା। ଖାଉଟୀମାନେ ଖାଉଟି ଦ୍ରବ୍ୟତ୍ରୁଟି ପରିଲକ୍ଷିତ ହେଲେ ହେଲ୍ପଲାଇନ ମାଧମରେ ଜଣାଇ ପାରିବେ। ଦୈନଦିନ ବଜାର ଦରଦାମର ମୂଲ୍ୟ ନିଦ୍ଧାରଣ କରିବା, ପ୍ରତ୍ୟେକ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନମାନେ ସେମାନଙ୍କର ଦରଦାମ ମୂଲ୍ୟତାଲିକା ଦୋକାନ ଆଗରେ ଟାଙ୍ଗିବା ବାଧ୍ୟତା ମୂଳକ ଅଟେ। ଆସନ୍ତା ମାର୍ଚ୍ଚ ୧୫ତାରିଖ ଦିନ ଖାଉଟି ଅଧିକାର ପୂର୍ବରୁ ପୁନ୍ନବାର ବୈଠକ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top