ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା ଜାନୁୟାରୀ ୯ ରୁ ୧୧ ବ୍ୟାସନଗର ଷ୍ଟାଡିୟମ ଠାରେ

ଯାଜପୁର-୨୦/୧୨(ଓଡିଆ ପୁଅ/ଏ.ରାଉତ) ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା ୨୦୧୮ ମସିହା ଜାନୁୟାରୀ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଯାଜପୁର ରୋଡ ସ୍ଥିତ ବ୍ୟାସନଗର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ସମଗ୍ର ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ଜନଜାତିର ଯୁବବର୍ଗଙ୍କ ମଧ୍ୟରେ ପ୍ରତିଭା ଚୟନ ପାଇଁ ଏଭଳି ଏକ ଅଭିନବ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରିଛି। ଏହି କ୍ରୀଡାରେ ଦୈାଡକୁଦ, ତୀରନ୍ଦାଜ, ପୁଂଟବଲ, ଖୋ-ଖୋ, କବାଡି, ଭଲିବଲ ଭଳି ୬ ଗୋଟି କ୍ରୀଡା ପାଇଁ ଜିଲ୍ଲାର ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଇତି ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଳ୍କ ସ୍ତରରେ ଜନଜାତିର ପ୍ରତିଯୋଗୀଙ୍କ ମଧ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ ହୋଇ ଜିଲ୍ଲା ସ୍ତର ପାଇଁ ପ୍ରତିଯୋଗୀ ଚୟନ ହୋଇସାରିଛନ୍ତି। ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ରାଜ୍ୟ ସ୍ତରୀୟ ଜନଜାତି କ୍ରୀଡା ପାଇଁ ପ୍ରେରଣ କରାଯିବ। ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ବାରିପଦା ଷ୍ଟାଡିୟମ ଠାରେ, ଭଲିବଲ୍ କୋରାପୁଟ ଷ୍ଟାଡିୟମ ଠାରେ, ଖୋ-ଖୋ ବ୍ରହ୍ମପୁର ଷ୍ଟାଡିୟମ ଠାରେ ଓ ପୁଂଟବଲ କଟକର ସତ୍ୟବ୍ରତ ଷ୍ଟାଡିୟମ ଠାରେ ଜାନୁୟାରୀ ୩୧ ତାରିଖରେ ଓ ଦୈାଡକୁଦ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ ଠାରେ, ତୀରନ୍ଦାଜ କିଟ୍ ବିଶ୍ୱ ବିଦ୍ୟାଳୟ ପରିସରରେ ପେଂବୃୟାରୀ ୧ ତାରିଖରେ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଛି ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡô ସୂଚନା ଦେଇଛନ୍ତି। ଜିଲ୍ଲା ସ୍ତରୀୟ କ୍ରୀଡାକୁ ଶୃଙ୍ଖଳିତ ଓ ଆକର୍ଷଣୀୟ ଭାବେ ପାଳନ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ କ୍ରୀଡା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରତିଯୋଗୀ ମାନେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଆହ୍ୱାନ ଦେଇଛନ୍ତି। ପ୍ରଥମ ଥର ପାଇଁ ଏହି କ୍ରୀଡା ଆୟୋଜନ ହେଉଥିବାରୁ ଜନଜାତି ପ୍ରତିଯୋଗୀଙ୍କ ମଧ୍ୟରେ ମଧ୍ୟ ବେଶ ଉତ୍ସାହ ପରିଲକ୍ଷିତ ହେଉଅଛି।

Leave a Reply

Your email address will not be published. Required fields are marked *