ଜିଲ୍ଲା ପରିକ୍ରମା

ଜିଲ୍ଳା ଯୁବ ବିଜେଡି ଉପସଭାପତି ସ୍ୱର୍ଗତ ଜୟଦେବ ସାହୁଙ୍କ ସ୍ମୃତିସଭା

ଭଦ୍ରକ, ୧/୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲ୍ଳା ଯୁବ ବିଜେଡି ଉପସଭାପତି ସ୍ୱର୍ଗତ ଜୟଦେବ ସାହୁଙ୍କ ଅକାଳ ବିୟୋଗ ଜନିତ ସ୍ମୃତିସଭା ବୁଧବାର ଦିନ ଜିଲ୍ଳା ବିଜେଡି କାର୍ଯ୍ୟାଳୟ ବିଜୁ ଭବନରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସ୍ମୃତିସଭାରେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରୁ ଯୁବ, ଛାତ୍ର କର୍ମକର୍ତ୍ତାମାନେ ଯୋଗ ଦେଇ ସ୍ୱର୍ଗତ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପାର୍ପଣ କରିଥିଲେ। ସ୍ୱର୍ଗତ ସାହୁ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ। ପରେ ଧାମନଗର ବ୍ଳକ ଅନ୍ତର୍ଗତ ଖପରପଦା ପଞ୍ଚାୟତର ସରପଞ୍ଚ ଓ ପରେ ଜିଲ୍ଳା ବିଜୁ ଯୁବ ଜନତା ଦଳର ଉପସଭାପତି ଭାବରେ ନିଯୁକ୍ତ ହୋଇଥିଲେ। ସ୍ୱର୍ଗତ ସାହୁ ଜଣେ ନିଷ୍ଠାପର, ପରୋପକାରୀ ଓ ସୁସଂଗଠକ ଭାବରେ ନିଜକୁ ପ୍ରତିପାଦିତ କରି ପାରିଥିଲେ। ଖୁବ୍ କମ୍ ବୟସ ମଧ୍ୟରେ ସେ ନିଜର କାର୍ଯ୍ୟ ଶୈଳୀ ପାଇଁ ଜିଲ୍ଳା ସ୍ତରରେ ଲୋକପ୍ରିୟ ହୋଇ ପାରିଥିଲେ। ତାଙ୍କର ଅମାୟିକ ବ୍ୟବହାର, ସହନଶୀଳତା ପାଇଁ ଯୁବ ଛାତ୍ର ସମାଜ ପାଖରେ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ସ୍ମୃତି ଚାରଣ କରି ବକ୍ତାମାନେ କହିଥିଲେ। ଏହି ସ୍ମୃତି ସଭାରେ ବିଜୁ ଯୁବ ଜନତା ଦଳର ସଭାପତି ଦୁର୍ଗା ପ୍ରସନ୍ନ ଦାସ ସଭାପତିତ୍ୱ କରିଥିଲେ। ଏଥିରେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଯୋଗ ଦେଇ ସ୍ୱର୍ଗତ ସାହୁଙ୍କୁ ଭାବ ବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡିର ଦେବ ଦର୍ଶନ ଦାସ, ଉତ୍କଳ କେଶରୀ ମହାନ୍ତି, ରାକେଶ ପଣ୍ଡା, ସତ୍ୟସାଧନ ବେଜ, ପ୍ରବୀର ଜେନା, ଗଗନ ସେଠୀ, ପ୍ରଫୁଲ୍ଲ ବେହେରା, ପ୍ରଭାସ ନାୟକ, ତାପସ ନାୟକ, ରାଜେଶ ପହୀ, ମାନସ ରାଉତ, ଅଜୟ ଦାସ, ସମୀମ ନୱାଜ, ଗଣେଶ ନାୟକ ଯୋଗ ଦେଇଥିବା ବେଳେ ଛାତ୍ର ବିଜେଡିର ଜିଲ୍ଳା ସଭାପତି ତଥାଗତ ସାମଲ, ଭାରତ ବିଜୟ ଦଳେଇ, ଆଦିତ୍ୟ ଚନ୍ଦନ ଲେଙ୍କା, ଲାଲା ଲଳିତ ନାୟକ, ଦେବୁ ବିଶ୍ୱାଳ, ନଳିନୀ ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top