ଜିଲ୍ଲା ହସପିଟାଲ ଟିକେଟ କାଉଟଂର ନିକଟରେ ଶବପଡିରହିବା ଘଟଣାକୁ ନେଇ ଉତେଜନା

ମାଲକାନଗିରି,୪ା୬(ଓଡିଆ ପୁଅ ) ଆଜି ସକାଳେ ମାଲକାନଗିରି ଜିଲ୍ଲା ହସପିଟାଲ ଟିକେଟ କାଉଟଂର ନିକଟରେ ଏକ ମୃତଶରୀର ବହୁସମୟଧରି ପଡିରହିଥିବା ଘଟଣାକୁ ନେଇ ଚାପା ଉତେଜନା ଦେଖା ଦେଇଥିଲା । ଦିନକୁ ଦିନ ମାଲକାନଗିରି ଜିଲ୍ଲା ହସପିଟାଲରେ ଅବ୍ୟବସ୍ଥା ଲାଗିରହିଛି,କେତେବେଳେ ରୋଗୀଙ୍କୁ ଶଯ୍ୟ ମିଳୁନାହିଁତ ତଳେ ଶୋଇଚିକିତ୍ସା ହେଉଛନ୍ତି ତ ଆଉ କେତେବେଳେ ଦିନ ଦିନଧରି ହସପିଟାଲ ଟିକେଟ କାଉଟଂରନିକଟରେ ମୃତଶରୀର ପଡିରହୁଛି । ଆଜି ବହୁ ସମୟ ଧରି ଟିକେଟ କାଉଟଂର ନିକଟରେ  ମୃତଶରୀରକୁ ରଖା ଯାଇଥିବାରୁ ଟିକେଟ କାଟିବା ଔଷଧ ଆଣିବାକୁ ଯାଉଥିବା ରୋଗୀ ଓ ସେମାନଙ୍କ ସଂପର୍କିୟ ମାନେ ଓ ଛୋଟ ଛୋଟ ପିଲାମାନେ ଡରିଯାଇ ସେଠାରେ ରହିବାକୁ ଭୟ କରିଥିଲେ । ଏହି ଘଟଣକୁ ନେଇ କିଛି ରୋଗୀ ଓ ସେମାନଙ୍କ ସଂପର୍କୀୟ ମାନେ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ ।, କିଛି ସମୟ ଧରି ହସପିଟାଲରେ ଚାପା ଉତେଜନା ସୃଷ୍ଟିହୋଇଥିଲା , ଶବ ରହିବାପାଇଁ ସ୍ୱତନ୍ତ୍ର ଗୃହ ଥିବାବେଳେ ହସପିଟାଲ କର୍ତୁପକ୍ଷ ଙ୍କ ଖାମଖିଆଲି ନିତି ଯୋଗୁ ମେଡିକାଲ ପରିସରରେ ଔଷଧ ଓ ଟିକେଟ କାଉଟଂର ନିକଟରେ ଅନେକ ସମୟ ଧରି ମୃତଶରୀର ଗୁଡିକୁ ପକାଇ ରଖୁଛନ୍ତି । ଏ ସଂପର୍କରେ ଜାଣିବା ପାଇଁ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା ଅଜିତକୁମାର ମହାନ୍ତି ଙ୍କୁ ପଚାଯିବାରୁ ସେ କହିଥିଲେ ଆଜି ଅନେକ ମିଟିଂ ଥିଲା ସେଥିରେ ମୁ ବ୍ୟସ୍ତଥିଲି ମେଡିକାଲ ରେ କଣ ଘଟିଛି ମୋତେ କେହି ଜଣାଇ ନାହାଁନ୍ତି,  ଯଦିବା କିଛି ଘଟଣା ହଇଥାଏ, ସେଥିପାଇଁ ଆମେ ଦୁଃଖିତ ,ଆଉ ଏପରି ଘଟଣା ନହେବାକୁ ଚେଷ୍ଟାକରିବୁ, ମେଡିକାଲର ସମସ୍ତ ରୋଗୀ, ଓ ସେମାନଙ୍କ ସଂପର୍କିୟ ମାନେ ଯେପରି ସୁବିଧାରେ ଚିକିତ୍ସା ସେବା ପାଇବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ ।

 

Leave a Reply

Your email address will not be published. Required fields are marked *