ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସାଧାରଣ ବୈଠକ ଅନୁଷ୍ଠିତ

ଦେବଗଡ ୨୨-୯ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା)- ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଗଭର୍ଣ୍ଣିଂ ବଡିର ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସୁଧାମୟୀ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ଶ୍ରୀ ନିତେଶ ଗଙ୍ଗଦେବ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଜୟକୃଷ୍ଫ ପ୍ରଧାନ, ସାଂସଦ ପ୍ରତିନିଧି ଶ୍ରୀ ସଞିବ କୁମାର ପ୍ରଧାନ, ଜିଲ୍ଲାପାଳ ତଥା ସ୍ୱାସ୍ଥ୍ୟ ସମିତିର ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଠୀ, ପ୍ରକଳ୍ପ ନିର୍ଦ୍ଦେଶକ,ଡିଆରଡିଏ ଭୀନସେଣ୍ଟ ପୁନମ କାନ୍ତ ଏକ୍କାଙ୍କ ସମେତ ଜିଲ୍ଲାସ୍ତରୀ ଅଧିକାରୀ, ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରକଳ୍ପର କର୍ମକର୍ତାମାନେ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ସୁଶୀଲ କୁମାର କର ସମସ୍ତଙ୍କୁ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ଜିଲ୍ଲାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ସଚେତନତା କାରଣରୁ ଜିଲ୍ଲାରେ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର କମିଥିବା ସେ ପ୍ରକାଶ କରିଥିଲେ। ସେ ସୂଚନା ଦେଇଥିଲେ ଯେ, ଜିଲ୍ଲାକୁ ୩ଟି ବାଇକ ଆମ୍ବୁଲାନ୍ସ ଦେବା ନିମନ୍ତେ ସରକାରଙ୍କୁ ସୁପାରିଶ କରାଯାଇଛି। ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରର ପିଲାମାନଙ୍କର ଗ୍ରହଣଖଣ୍ଡିଆ ଅସ୍ତୋପଚାର କରାଯାଉଛି। ୨୦୧୬-୧୭ ଆର୍ଥିକ ବର୍ଷରେ ମିଳିଥିବା ଅନୁଦାନରୁ ୭୭ ପ୍ରତିଶତ ଖର୍ଚ୍ଚ କରାଯାଇଥିଲା। ମିଳୁଥିବା ଅନୁଦାନର ଶତ ପ୍ରତିଶତ ଖର୍ଚ୍ଚ ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ଖୁବ୍ଶୀଘ୍ର ବାରକୋଟଠାରେ ମା’ ଗୃହ ଆରମ୍ଭ କରାଯିବ। ଏହାର ସୁଫଳ ଯେପରି ଗର୍ଭବତୀ ମହିଳାମାନେ ପାଇପାରିବେ ସେଥିପାଇଁ ସଚେତନତା ସୃଷ୍ଟି ଉପରେ ଜିଲ୍ଲାପାଳ ଶ୍ରୀ ପାଠୀ ଗୁରୁତ୍ୱାରୋପ କରିଥିଲେ। ଏହା ବ୍ୟତୀତ ଜିଲ୍ଲା ସଦରମହକୁମା ଡାକ୍ତରଖାନାଠାରେ ଏକ ଇଞଗ କାଉଣ୍ଟର ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା। ଶେଷରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ପରିଚାଳକ ମନୋରଞନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *