ଜିଲ୍ଲା ସ୍ୱଚ୍ଛ ଭାରତ ଅଭିଯାନ ସହ-ସଂଯୋଜକ ହେଲେ ଅଶୋକ ମହାନ୍ତି

ତିର୍ତ୍ତୋଲ, ୧୧.୧୧(ଓଡ଼ିଆ ପୁଅ/ଟୁକନ ସେଠୀ)-ଭାରତୀୟ ଜନତା ପାର୍ଟି ଜଗତସିଂହପୁର ଜିଲ୍ଲା ସ୍ୱଚ୍ଛଭାରତ ଅଭିଯାନର ସହସଂଯୋଜକ ଭାବେ ଅଶୋକ ମହାନ୍ତିଙ୍କୁ ନିଯୁକ୍ତି କରାଯାଇଥିବା ଜିଲ୍ଲା ସଂଯୋଜକ ତଥା ପାରାଦ୍ୱୀପ ଟ୍ରଷ୍ଟି ପ୍ରତାପ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ଏହି ନିଯୁକ୍ତି ପାଇଁ ବିଜେପିର ରାଜ୍ୟ ସଂପାଦକ ପ୍ରତାପ ଷଢ଼ଙ୍ଗୀ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରୀଯୁକ୍ତ ମହାନ୍ତି କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାର ପ୍ରଧାନମନ୍ତ୍ରୀ ସ୍ୱଚ୍ଛଭାରତ ଅଭିଯାନକୁ କ୍ରିୟାଭିମୁଖି କରିବାରେ ଅଗ୍ରଣୀ ଭୂମିକା ନେବେବୋଲି କହିଥିଲେ। ଜିଲ୍ଲା ସମ୍ପାଦକ ସଞ୍ଜୟ ଦାସ, ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ଜେଠୀ, ଏସି ମୋର୍ଚ୍ଚା ସାଧାରଣ ଜିଲ୍ଲା ସମ୍ପାଦକ ସାଗର ଦାସ, ମେଡ଼ିଆସେଲର ସୁବର୍ଣ୍ଣ ପଣ୍ଡା, ଶାରଳା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ରୁପକ ଖୁଣ୍ଟିଆ, ଦିଲ୍ଲିପ ମହାନ୍ତି, ଚିଣ୍ଟୁ ମହାପାତ୍ର, ଦିପୁ ସାହୁ, ଦିପକ ପୃଷ୍ଟି, ସୁଦିପ୍ତ ନାଥ ପ୍ରମୁଖ ଶୀଯୁକ୍ତ ମହାନ୍ତିଙ୍କ ନିଯୁକ୍ତି ପାଇଁ ରାଜ୍ୟ ନେତୃବୃନ୍ଦ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *