ଜିଲ୍ଲା ସ୍ତରୀୟ ୬୯ତମ ସାଧାରଣତନ୍ତ୍ର ଦିବସ ପାଳିତ

କେନ୍ଦ୍ରାପଡା ୨୬/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଜିଲ୍ଲା ସ୍ତରୀୟ ୬୯ତମ ସାଧାରଣତନ୍ତ୍ର ଦିବସ ଶୁକ୍ରବାର କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଉସôବରେ ଜିଲ୍ଲାପାଳ ରଘୁଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳ ରଘୁଜୀ ଜିଲ୍ଲାବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଛା ଓ ଅଭିନନ୍ଦନ ଜଣାଇ ଜାତିର ଜନକ ମହାତ୍ମାଗାନ୍ଦୀ,ଲାଲବାହାଦୂର ଶାସ୍ତ୍ରୀ,ଜବାହାରଲାଲ ନେହେରୁ,ସମ୍ବିଧାନ ପ୍ରଣେତା ଡଃ ବି.ଆର.ଆମ୍ବେଦକର,ଗୋପବନ୍ଧୁ ଦାସ,କେନ୍ଦ୍ରାପଡା ଜିଲ୍ଲାର ନାଟ୍ୟ ତାରକା ସୂର୍ଗୀୟ ଅନନ୍ତ ଓଝା ଏବଂ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନକରି ଭାରତୀୟ ମହାନ ସମ୍ବିଧାନ ବିଶ୍ୱରେ ଆଦୃତ ଏବଂ ଜିଲ୍ଲାର କଳା ଓ ସଂସ୍କୃତି ଭାରତରେ ଆଦୃତ ବୋଲି ଅଭିଭାଷଣ ରଖିଥିଲେ । ଏଥି ସହିତ ସାମ୍ବିଧାନିକ ଗଣତାନ୍ତ୍ରିକ ଧାରାରେ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟ ଆଗେଇ ଚାଲିଥିବା ପ୍ରକାଶ କରିଥିଲେ । କେନ୍ଦ୍ରାପଡା ଭଳି କୃଷି ବହୁଳ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ଲାଗିରହିଥିବା ବେଳେ ଜିଲ୍ଲାର ବିକାଶ କାର୍ଯ୍ୟ ମଧ୍ୟ ଦୃତ ଗତିରେ ଆଗେଇ ନେବାକୁ ପ୍ରଚେଷ୍ଟା ଜାରି ରହିଥିବା କହିଥିଲେ । କଟକ – ଚାନ୍ଦବାଲି ସଡକ ପଥ ଓ ହରିଦାସପୁର – ପାରାଦିପ ବୃହତ ରେଳ ଲାଇନ ପ୍ରକଳ୍ପ ପ୍ରାୟ ଏହି ବର୍ଷ ଶେଷ ସୁଧା ସଂପୂର୍ଣ୍ଣ ହେଲେ ଜିଲ୍ଲା ପାଇଁ ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିବ । ଜିଲ୍ଲାବାସୀ ସମସ୍ତ ସଙ୍କୀର୍ଣ୍ଣତା ଓ ଭେଦଭାବକୁ ଭୁଲି ହାତରେ ହାତ ମିଳାଇ କାନ୍ଧରେ କାନ୍ଧ ମିଳାଇ ଜିଲ୍ଲାର ସାମଗ୍ରିକ ବିକାଶରେ ଐକବଦ୍ଧ ଉଦ୍ୟମ ଜାରି ରଖିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ସାହସୀ କୁନି ଝିଅ ମମତା ଦଳାଇ,ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଲୋକ ସଂସ୍କୃତି କଳାକାର ଲକ୍ଷ୍ମୀଧର ରାଉତ,ଜାତୀୟ ସ୍ତରର ଭଲିବଲ କ୍ରୀଡାବିତ ସୁଶ୍ରୀ ବି. ଅନୀଷା, ଥାନା ପରିସରକୁ ସବୁଜ ପରିବେଶ ସୃଷ୍ଟି କରିଥିବା ଆଳି ଥାନାର ଭାରପ୍ରାପ୍ତ ନିରୀକ୍ଷକ ମହେଶ୍ୱର ସେଠୀଙ୍କୁ ମାନପତ୍ର,ଉପଢୈାକନ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ଶାଖା ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ,ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ,ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ପ୍ୟାରେଡ ପଡିଆରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଦଳଗୁଡିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ରିଜର୍ଭ ପୋଲିସ ଇନିସପେକ୍ଟର ହେମନ୍ତ କୁମାର ଦାସ ଓ ସର୍ଜେଣ୍ଟ ମାନବୀର ସାଗର ବାଗେଙ୍କ ନେତୃତ୍ୱରେ ଅନୁଷ୍ଠିତ ସମ୍ମିଳିତ ପ୍ୟାରେଡରେ ସଶସ୍ତ୍ର ବାହିନୀ,ଗୃହରକ୍ଷୀ ଏବଂ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ,ପୋଲିସ ବ୍ୟାଣ୍ଡପାର୍ଟି ସମେତ ୨୫ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ପ୍ୟାରେଡ ପ୍ରତିଯୋଗୀତାର ବରିଷ୍ଠ ଏନ.ସି.ସି.ବିଭାଗରେ କେନ୍ଦ୍ରାପଡା କଲେଜ ବାଳକ ପ୍ରଥମ,କେନ୍ଦ୍ରାପଡା କଲେଜ ବାଳିକା ଦ୍ୱିତୀୟ,କେନ୍ଦ୍ରାପଡା ଉଚ୍ଚ ବିଦ୍ୟାଳୟ କନିଷ୍ଠ ଏନ.ସି.ସି.ତୃତୀୟ ସ୍ଥାନ ଗ୍ରହଣ କରି ରାଜ୍ୟ ସରକାରଙ୍କ ସିଲଡ ପାଇଥିବା ବେଳେ ବରିଷ୍ଠ ସିଭିଲିଆନ ବର୍ଗରେ ସେଂଟ ଯୋସେଫ ସ୍କୁଲ ପ୍ରଥମ,ସଞ୍ଜୀବନୀ ବିଦ୍ୟାମନ୍ଦିର ଦ୍ୱିତୀୟ ଓ ଆଇଡିଆଲ ପବ୍ଲିକ ସ୍କୁଲ ତୃତୀୟ ସ୍ଥାନରେ ରହି ରାଜ୍ୟ ସରକାରଙ୍କ ସିଲଡ ପାଇବା ସହ କନିଷ୍ଠ ସିଭିଲିଆନ ବର୍ଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ,ତୁଳସୀ ବିଦ୍ୟାମନ୍ଦିର ଦ୍ୱିତୀୟ ଓ କାକଟ ମଧ୍ୟ ଇଂରାଜୀ ବିଦ୍ୟାଳୟ ତୃତୀୟ ସ୍ଥାନ ଗ୍ରହଣ କରି ସିଲଡ ପାଇଥିଲେ । ଜିଲ୍ଲା କୃଷି ବିଭାଗ,ସର୍ବଶିକ୍ଷା ଅଭିଯାନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ ପ୍ୟାରେଡରେ ପ୍ରଦର୍ଶିତ ହୋଇଥିଲା । ଏହାପରେ ମୁଖ୍ୟ ଅତିଥି ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ପରେ ବାରିମୂଳ ଉପ କାରାଗାରରେ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ରୋଗୀମାନଙ୍କୁ ଫଲ ବଣ୍ଟନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉସôବରେ ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁ,ଆରକ୍ଷୀ ଅଧିକ୍ଷକ ଦୟାନିଧି ଗୋଛାୟତ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା ଓ ବିକାଶ ଚନ୍ଦ୍ର ଦାସ,ଉପଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧୀର,କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷା ଡଃ ସଂଯୁକ୍ତା ଦାସ,ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲିପ କୁମାର ନାୟକ,ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହି,ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନକୁଳ ଚରଣ ଦାସ,ପ୍ରାଧ୍ୟାପକ ନନ୍ଦକିଶୋର ପରିଡା,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *