କେନ୍ଦ୍ରାପଡ଼ା

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସମୀକ୍ଷା ବୈଠକ

କେନ୍ଦ୍ରାପଡା ୧/୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସମୀକ୍ଷା ବୈଠକ ଜିଲ୍ଲାପାଳ ରଘୁଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ୫ନମ୍ବର(କ) ଜାତୀୟ ରାଜପଥ ଉପରେ ଥିବା ଦୁହୁରିଆ, ଗୋପ, ଛଗରିଆ ଛକ ପ୍ରଭୁତିରେ ଥିବା ହମ୍ପସ ଗୁଡିକର ଉଚତା ହ୍ରାସ ପାଇଥିବାରୁ ସେଗୁଡିକର ଉଚତା ବୃଦ୍ଧି କରିବା, ମଦ୍ୟପାନକରି ଗାଡି ଚାଳନା କରିବା, ବାଇକ ଆରୋହୀମାନଙ୍କୁ ହେଲମେଟ ପିନ୍ଧିବା ପାଇଁ ସଚେତନ କରିବା, ବିନା ଲାଇସେନ୍ସରେ ଗାଡି ଚାଳନା ପ୍ରଭୃତି ସମ୍ପର୍କରେ ଦୃଢ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଥିଲେ। ଏଥି ସହିତ ବିକଟାଳ ଶଦ୍ଦକରି ବାଇକ ଚଳାଉଥିବା ବାଇକଚାଳକ ମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଉପସ୍ଥିତ ଆଂଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସଙ୍କୁ ନିର୍ଦେଶ ଦେଇଥିଲେ। ପୋଲିସ ଓ ଆଂଚଳିକ ପରିବହନ କାର୍ଯ୍ୟାଳୟର ମିଳିତ ସହଯୋଗରେ ଗାଡି ତନଖି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ, ଟ୍ରକ ମାଲିକ ସଙ୍ଘ, ବସ ମାଲିକ ସଙ୍ଘର କର୍ମକର୍ତ୍ତା, କମିଟି ସଦସ୍ୟ ଗଣମାଧ୍ୟମ ପ୍ରତିନିଧି ପ୍ରଭାତ କୁମାର ପରିଡା ଓ ଭୈରବ କୁମାର ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top