ଜିଲ୍ଲା ସ୍ତରୀୟ ଶିଶୁ ଦିବସ ସମାରୋହ

କେନ୍ଦ୍ରାପଡା ୧୪/୧୧– ( ଓଡିଆ ପୁଅ / ଚିତ୍ତରଞ୍ଜନ ଦାସ ) ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଶିଶୁ ଦିବସ ସମାରୋହ ସହ ଜିଲ୍ଲା ସ୍ତରୀୟ ଶିଶୁ ଦିବସ ସମାରୋହ ୩୦ଟି ଜିଲ୍ଲାରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଶିଶୁ ଦିବସ ସମାରୋହ କେନ୍ଦ୍ରାପଡା ଟାଉନ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ରଘୁଜୀ,ଉପଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧିର,ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁ,ଜିଲ୍ଲା ମଙ୍ଗଳ ଅଧିକାରୀ କାଳନ୍ଦି ଚରଣ ଭୋଇ,କେନ୍ଦ୍ରାପଡା ପୈାରାଂଚଳ ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ,ଜିଲ୍ଲା ସ୍ୱଚନା ଓ ଲୋକ ସଂପର୍କ ଅଦôକାରୀ ଚନ୍ଦ୍ରକାନ୍ତ ନାୟକ,ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଜେନା,ସି.ଆର.ସି.ସି.ବଳଦେବ ପ୍ରସାଦ ଜେନାଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୨ ହଜାରରୁ ଅଧିକ ଛାତଛାତ୍ରୀ,ଶିକ୍ଷକ/ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଯୋଗଦେଇଥିଲେ । ଜିଲ୍ଲାସ୍ତରୀୟ ଶିଶୁ ଦିବସ ସମାରୋହ ମଂଚରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ପ୍ୱର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରକୁ ସ୍ଥାନୀତ କରାଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ସମାବେଶରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ସେମାନଙ୍କ ଛୋଟହାତରେ ବଡ ମନର ଶପଥ ନେଇ ଆମ ରାଜ୍ୟକୁ ସାରା ବିଶ୍ୱରେ ଶ୍ରେଷ୍ଠ କରିବାକୁ ଓ ହାତରେ ହାତ ମିଳାଇ ଓଡିଶାର ପ୍ରଗତିକୁ ଆଗେଇ ନେବା ସହ ପାଠ ପଢି ଭଲ ମଣିଷ ହୋଇ ଏକ ସୁନ୍ଦର ଗାଁ ଓ ସୁନ୍ଦର ଦେଶ ଗଢିବାକୁ ଶପଥ ନେଇଥିଲେ । ଜିଲ୍ଲା ସ୍ତରୀୟ ଉସôବରେ ଯୋଗଦେଇଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ରାଜ୍ୟ ସ୍ତରୀୟ ଉସôବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଉସôବରେ ଉପସ୍ଥିତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ,ଶିକ୍ଷକ,ଶିକ୍ଷୟତ୍ରୀ ଓ ଅଭିଭାବକମାନଙ୍କୁ ଉଦବୋଧନ ଦେଇ ମନର କଥା କହିଥିଲେ । ବ୍ଲକରୁ ଜିଲ୍ଲାସ୍ତରରେ କ୍ୃତିତ୍ୱ ହାସଲ କରିଥିବା କ୍ୃତି ଛାତ୍ରଛାତ୍ରୀମାନଙ୍କୁ ମେଧା ବ୍ୃତ୍ତି ପ୍ରଦାନ ସହ ଉତ୍ତମ ଫଳ ପ୍ରଦର୍ଶନ କରୁଥିବା ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟର୍ତୀ ଓ ଅଭିଭାବକମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦବୋଧନରେ ପ୍ରକାଶ କରିଥିଲେ । ମଧୁବାବୁ ଓ ବିଜୁବାବୁଙ୍କ ଗାଥା ସ୍ୃରଣ କରିବା ସହ ଓଡିଶାର ସୁନାମ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆହୁରି ବ୍ୃଦ୍ଧି କରିବାକୁ ଓ ମାତ୍ୃଭାଷାକୁ ଭଲପାଇବାକୁ ଏବଂ ତାର ଟେକ ରଖିବାକୁ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *