କେନ୍ଦ୍ରାପଡ଼ା

ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

କେନ୍ଦ୍ରାପଡା ୧୯/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ରଘୁଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସମୀକ୍ଷା ବୈଠକରେ ଜିଲ୍ଲାର ରାଜସ୍ୱ ସଂଗ୍ରହ ହାର ଗତ ଡିସେମ୍ବରମାସ ଶେଷ ସୁଦ୍ଧା ମାତ୍ର ଶତକଡା ୪୪ଭାଗ ହୋଇଥିବାରୁ ଆସନ୍ତା ମାର୍ଚ୍ଚମାସ ଶେଷ ସୁଦ୍ଧା ରାଜସ୍ୱ ସଂଗ୍ରହ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ତହସିଲଦାର ମାନଙ୍କୁ ନିର୍ଦେଶ ଦେଇଥିଲେ। ଜିଲ୍ଲାର ର୍ୟାଙ୍କିଂ ନିର୍ଦ୍ଧାରଣ ପାଇଁ ରାଜସ୍ୱ ବିଭାଗ ରଖିଥିବା ୨୫ଟି ପାରାମିଟର ମଧ୍ୟରୁ ୮ଟି ପାରାମିଟର ଆଧାରରେ ବିଭିନ୍ନ ମାମଲାର ଫଇସଲା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ସହ ଦାଖଲ ଖାରଜ ମାମଲା ଗୁଡିକରେ ସଂପୃକ୍ତ ପକ୍ଷଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପଟ୍ଟା ପ୍ରଦାନ କରାଯିବା, ଜିଲ୍ଲାର ସହରାଚଂଳ ଓ ଅର୍ଦ୍ଧସହରାଚଂଳ ଗୁଡିକରେ ଜବରଦଖଲ ସରକାରୀ ଜମିକୁ ଜବରଦଖଲ ମୁକ୍ତକରି ସେହି ଜମିକୁ ବାଡବନ୍ଦି କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏଥି ସହିତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର କାର୍ଯ୍ୟ ଉପରେ ମଧ୍ୟ ସମୀକ୍ଷା କରାଯିବା ସହ ଖାଦ୍ୟ ସୁରକ୍ଷା ଅଧିକାରୀ, ଡ୍ରଗ ଇନିସପେକ୍ଟର, ଅବକାରୀ, ଆଂଚଳିକ ପରିବହନ ଅଧିକାରୀଙ୍କୁ ସେମାନଙ୍କ ବିଭାଗ ନିମନ୍ତେ ଧାର୍ଯ୍ୟ ରାଜସ୍ୱ ସମୟସୀମା ମଧ୍ୟରେ ଆଦାୟ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ଏଥିସହିତ ଜିଲ୍ଲାର ସବରେଜିଷ୍ଟର କାର୍ଯ୍ୟାଳୟ ଗୁଡିକ ପାଇଁ ରାଜସ୍ୱ ଆଦାୟର ଟାର୍ଗେଟ ଥିବା ୧୧କୋଟିଟଙ୍କା ମଧ୍ୟରୁ ୮କୋଟି ଆଦାୟ ହୋଇଥିବାରୁ ଅବଶିଷ୍ଟ ରାଜସ୍ୱ ମାର୍ଚ୍ଚ ଶେଷ ସୁଧା ଆଦାୟ ପାଇଁ ନିର୍ଦେଶ ଦିଆଯାଇଥିଲା। ଏତଦ ବ୍ୟତିତ ବିଭିନ୍ନ ତହସିଲରେ ଥିବା ଚିଙ୍ଗୁଡିଘେରୀ ଉଛେଦ କରାଯିବା ଓ ଅନୁସୁଚିତ ଜାତି ଏବଂ ଜନଜାତିର ପିଲାମାନଙ୍କୁ ପଢିବା ପାଇଁ ଜାତିଗତ ପ୍ରମାଣପତ୍ର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁ, ଉପଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧୀର, ସମସ୍ତ ତହସିଲଦାର, ସମସ୍ତ ସବରେଜିଷ୍ଟର ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top