ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଉଦଘାଟିତ

କେନ୍ଦ୍ରାପଡା ୧୨/୧୧(ଓଡିଆ ପୁଅ/ ଚିତ୍ତରଞ୍ଜନ ଦାସ )– ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଆଜି ସ୍ଥାନୀୟ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ସହାୟତାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗ ଆନୁକୁଲ୍ୟରେ ଉଦଘାଟିତ ହୋଇଯାଇଛି। କେନ୍ଦ୍ରାପଡା ତହସିଲଦାର ଡଃ ହେମଲତା ବାହାଲିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଊଦଘାଟନ କରିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପଣ୍ଡିତ ହ୍ୃଷିକେଶ ରଥ ମୁଖ୍ୟବକ୍ତା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଆମ ଜିଲ୍ଲାର ପ୍ରତିଯୋଗିମାନେ କିଭଳି ଅଧିକରୁ ଅଧିକ ଦକ୍ଷତା ପ୍ରଦର୍ଶନ କରି ରାଜ୍ୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କ୍ୃତିତ୍ୱ ହାସଲ କରିବେ ସେ ଦିଗରେ ଯନ୍ôଶୀଳ ହେବାକୁ ପରାମର୍ଶ ଦେଇଥିଲେ। ସଭା ପ୍ରାରମ୍ଭରେ ଅତିଥିମାନେ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଯୋଗାଚାର୍ଯ୍ୟ ଡଃ ରମାକାନ୍ତ କର ବେଦପାଠ କରିଥିବା ବେଳେ ଏନ.ଏସ.ଏସ.ଅଧିକାରୀ ଶିଶିର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *