ଜିଲ୍ଲା ସ୍ତରୀୟ ଯୁବ ଉସôବ ଉଦଘାଟିତ

କୋରାପୁଟ;ତା୨୩-୧୧-୧୭(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସାଂସ୍କୃତିକ ପରିଷଦ ମଂଚରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଯୁବ ଉସôବ ଉଦଘାଟିତ ହୋଇଛି । ଜିଲ୍ଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ କୋରାପୁଟ ଉପ-ଜିଲ୍ଲାପାଳ କୃତିବାସ ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୪୦୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀମାନଙ୍କ ମଧ୍ୟରେ ଓଡିଶୀ ନୃତ୍ୟ,ଲୋକନୃତ୍ୟ,ଲୋକ ଗୀତ,ଏଲୋକେସନ ,ହାରମୋନିଅମ,ଗୀଟାର,ତବଲା ବାଦନ ପ୍ରତିଯୋଗୀତା କରାଯିବା ସହ ଏଠାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗି ଦେବଗଡରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଉସôବରେ ଯୋଗଦେବେ ବୋଲି ଜିଲା କ୍ରୀଡା ଅଧିକାରୀ ସୂଚନା ଦେଇଛନ୍ତି । ଅଧ୍ୟାପକ ରବି ଶତପତି ଏବଂ କିଶୋର କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *