କେନ୍ଦ୍ରାପଡ଼ା

ଜିଲ୍ଲା ସ୍ତରୀୟ ମହା ସମନ୍ୱିତ ଋଣମେଳା ଶିବିର

କେନ୍ଦ୍ରାପଡା ୧୮/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ଓଡିଶା ଜୀବିକା ମିଶନ ଓ ଜିଲ୍ଲା ବ୍ୟାଙ୍କ ସମୂହଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମହା ସମନ୍ୱିତ ଋଣମେଳା ଶିବିର ବୁଧବାର ଜିଲ୍ଲାପାଳ ରଘୁଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କୁ ବ୍ୟାଙ୍କ ସଂଯୋଗୀ କରଣ ଓ ଅନ୍ୟାନ୍ୟ ଋଣ ପ୍ରଦାନ ନିମନ୍ତେ ଏହି ଋଣମେଳାର ଆୟୋଜନ କରାଯାଇଥିଲା। ଏହି ଶିବିରରେ ୫୧୩ଗୋଟି ସ୍ୱୟଂ ସହାୟିକା ଗୋଷ୍ଠି ଙ୍କୁ ବିଭିନ୍ନ ଜୀବନ ଜୀବିକା କାର୍ଯ୍ୟ କରିବା ନିମନ୍ତେ ୭କୋଟି ୮୬ଲକ୍ଷ ୧୩ ହଜାର ଟଙ୍କା, ୩୩୦ ଜଣ ବ୍ୟକ୍ତି ବିଶେଷଙ୍କୁ ୪କୋଟି ୮୫ ଲକ୍ଷ ୫୦ ହଜାର ଟଙ୍କାର ମୁଦ୍ରାଋଣ,  ୩୭ ହଜାର ୧୩୮ ଜଣଙ୍କୁ କୃଷିଋଣ ବାବଦକୁ ୧୨୨କୋଟି ୨୮ଲକ୍ଷ ୧୪ ହଜାରଟଙ୍କା ଓ ଅନ୍ୟାନ୍ୟ ଋଣ ବାବଦକୁ ଏକହଜାର ୩୪ଜଣଙ୍କୁ ୨୨କୋଟି ୯୮ଲକ୍ଷ ୭୪ ହଜାର ଟଙ୍କା ଋଣ ପ୍ରଦାନ କରାଯିବା ସହ ସମୁଦାୟ ୧୬୦ କୋଟି ୯୧ ଲକ୍ଷ ୬୧ ହଜାର ଟଙ୍କା ର ଋଣ ଏହି ଶିବିରରେ ପ୍ରଦାନ କରାଯାଇଥିଲା। ଓଡିଶା ଜୀବିକା ମିଶନର ଭାରପ୍ରାପ୍ତ ଜିଲ୍ଲା ପ୍ରକଳ୍ପ ପରିଚାଳକ ଜ୍ୟୋତି ପ୍ରକାଶ ଦାସ, ଆର୍ଥିକ ଅର୍ନ୍ତଭୁକ୍ତି କରଣ ଅଧିକାରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ ପ୍ରତାପ ଚନ୍ଦ୍ର ନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ଭାରତୀୟ ଷ୍ଟେଟ ବ୍ୟାଙ୍କର ଆଂଚଳିକ ପ୍ରବନ୍ଧକ ଚନ୍ଦ୍ର ଶେଖର ସାମନ୍ତରାୟ, ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଆଂଚଳିକ ପ୍ରବନ୍ଧକ ଅଞ୍ଜନ କୁମାର ଚାଟାର୍ଜୀ, ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିକାରୀ ତାପସ କୁମାର ବିଶ୍ୱାସ, ନାବାର୍ଡର ଜିଲ୍ଲା ଉନ୍ନୟନ ଅଧିକାରୀ ମାନସ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏଥି ସହିତ ଜିଲ୍ଲାର ସମସ୍ତ ବ୍ୟାଙ୍କର ପରିଚାଳକ ଓ ପ୍ରତିନିଧିମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହାୟତା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top