ଜିଲ୍ଲା ସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ଉଦଯାପିତ

କେନ୍ଦ୍ରାପଡା ୧୩/୧୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )– କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଳପଡା ଲୁଣା ନଦୀକୂଳରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବୋଇତ ବନ୍ଦାଣ ଊତ୍ସବ ଶୁକ୍ରବାର ଊଦପାପିତ ହୋଇଯାଇଛି। ଶିବ ପ୍ରସାଦ ସାହାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଜେପିର ରାଜ୍ୟ ସାଧାରଣ ସଂପାଦକ ପୃଥିରାଜ ହରିଚନ୍ଦନ ମୁଖ୍ୟଅତିଥି, ପାରାଦୀପ ବନ୍ଦର ଟ୍ରଷ୍ଟି ଭୁବନ ମୋହନ ଜେନା ମୁଖ୍ୟବକ୍ତା ଓ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡାର ଐତିହ୍ୟ ଓ ବାଣିଜ୍ୟ କିଭଳି ଓଡିଶାର ଇତିହାସରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲା ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତରଂଜନ ସ୍ୱାଇଁ, ବେଷ୍ଣବ ଚରଣ ସ୍ୱାଇଁ ପ୍ରମ୍ମୁଖ ଉତ୍ସବ ପରିଚାଳନା କରିଥିବା ବେଳେ ଶେଷରେ ମନୋରଂଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *