ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୬/୧୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗ୍ୃହରେ ଜିଲ୍ଲାପାଳ ରଘୁଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାରେ ବହୁ ସଂଖ୍ୟାରେ ଯୁବକ,ଯୁବତୀ ଯୋଗଦେଉଥିବାରୁ ଏହାକୁ ସରଳ ଓ ସୁବିଧା କରିବା ପାଇଁ ଚଳିତ ବର୍ଷ ଜିଲ୍ଲାର ଦୁଇଟି ସ୍ଥାନରେ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଆସନ୍ତା ଜାନୁଆରି ମାସ ୧୧ତାରିଖରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଓ ଜାନୁଆରି ୧୨ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକର କସଣଅଣ୍ଟା ହାଇସ୍କୁଲର ଖେଳପଡିଆରେ ଅନୁଷ୍ଠିତ ହେବ । କେନ୍ଦ୍ରାପଡା କଲେଜ ପଡିଆରେ ଅନୁଷ୍ଠିତ ନିଯୁକ୍ତି ମେଳାରେ କେନ୍ଦ୍ରାପଡା,ଡେରାବିଶ,ମାର୍ଶାଘାଇ,ଗରଦପୁର,ମହାକାଳପଡା ବ୍ଲକ ସମେତ କେନ୍ଦ୍ରାପଡା ପୈାରାଂଚଳର ଯୁବକଯୁବତୀମାନେ ଅଂଶଗ୍ରହଣ କରିପାରିବେ ଓ କସଣଅଣ୍ଟା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ନିଯୁକ୍ତି ମେଳାରେ ପଟ୍ଟାମୁଣ୍ଡାଇ,ରାଜନଗର,ଆଳି,ରାଜକନିକା ବ୍ଲକ ସମେତ ପଟ୍ଟାମୁଣ୍ଡାଇ ପୈାରାଂଚଳର ଯୁବକଯୁବତୀମାନେ ଅଂଶଗ୍ରହଣ କରିବେ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି ନିଯୁକ୍ତି ମେଳାରେ ପଂଚମ ଶ୍ରେଣୀ ପାସ ଠାରୁ +୩ ପାସ କରିଥିବା ଓ ଆଇ.ଟି.ଆଇ.,ଡିପ୍ଲୋମା ଶିକ୍ଷାଗତ ଯୋଗ୍ୟତା ଥିବା ଯୁବକଯୁବତୀମାନେ ଅଂଶଗ୍ରହଣ କରି ତାଲିମ ଓ ନିଯୁକ୍ତି ପାଇଁ ମନୋନିତ ହୋଇପାରିବେ । ଏହି ନିଯୁକ୍ତି ମେଳା ନିମନ୍ତେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଥିବା ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା । ନିଯୁକ୍ତି ମେଳାର ସୁରକ୍ଷା ଓ ପୋଲିସ ବ୍ୟବସ୍ଥା,ସ୍ୱାସ୍ଥ୍ୟରକ୍ଷା ଓ ଆମ୍ବୁଲାନସ ବ୍ୟବସ୍ଥା,ପାନୀୟଜଳ ଯୋଗାଣ,ଦମକଳ ବ୍ୟବସ୍ଥା,ପୈାର ପରିଷଦ ପକ୍ଷରୁ ନିଯୁକ୍ତି ମେଳା ସ୍ଥାନରେ ପରିସ୍କାର ପରିଛନ୍ନତା,ଉଠା ପାଇଖିନା ଓ ପରିଶ୍ରାଗାର ବ୍ୟବସ୍ଥା,ବିଦୁ୍ୟତ ସଂଯୋଗ,ବ୍ଲକ ଓ ପୈାରାଂଚଳ ପାଇଁ ସ୍ୱତନ୍ତ୍ର କାଉଁଟର ଓ ଯୁବକଯୁବତୀମାନଙ୍କ ପାଇଁ ପଞ୍ଜିକରଣ ବ୍ୟବସ୍ଥା,ପ୍ରଚାର ଓ ପ୍ରସାର,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକଙ୍କ ଅଧ୍ୟକ୍ଷତାରେ କୋର କମିଟି ଓ ଟେଣ୍ଡର କମିଟି ଗଠନ,ପ୍ୱର୍ବ ନିଯୁକ୍ତି ମେଳାର ବିନିଯୋଗ ପ୍ରମାଣପତ୍ର ଦାଖଲ ପ୍ରଭ୍ୃତି ସମ୍ପର୍କରେ ବିସ୍ତ୍ୃତ ଆଲୋଚନା କରାଯାଇଥିଲା । ଏଥି ନିମନ୍ତେ ଚଳିତ ବର୍ଷ ଯୁବକଯୁବତୀମାନେ  ଅନଲାଇନରେ କିମ୍ବା ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜିକରଣ କରିପାରିବେ । ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଜୟନ୍ତ କୁମାର ଦାସ ବିବରଣି ପାଠ କରିଥିବା ବେଳେ ସମସ୍ତ ବ୍ଲକର ବିଡିଓ,ପୈାର ନିର୍ବାହୀ ଅଧିକାରୀ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ,ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *