ଜିଲ୍ଲା ପରିକ୍ରମା

ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ

ପୁରୀ, ୨୯/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ ): -ପୁରୀ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତିର ସମ୍ମିଳନୀ ପୌର ସଦନ ପରିସରରେ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା ପରିସଦ ସଭାପତି ଜ୍ୟୋତିମୟ ଦଳାଇ ସମ୍ମିଳନୀକୁ ଆନୁଷ୍ଟାନିକ ଭାବେ ଉଦ୍ଘାଟନ କରି କହିଲେ ଯେ ଆଶାକର୍ମୀ ମାନେ ହେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅଗ୍ରଣୀ ଦୁତ। ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟରେ ସେମାନଙ୍କର ଗୁରୁ ଦାୟୀତ୍ୱ ରହିଛି। ସ୍ୱାସ୍ଥ୍ୟ ବିଭାଗୀ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାୟିବା ସହ ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସେମାନଙ୍କର ପ୍ରମୁଖ ଭୁମିକା ରହିଛି ବୋଲି ସେ ମତ ଦେଇଥିଲେ। ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ହରପ୍ରସାଦ ପଟ୍ଟନାୟକ ସମ୍ମୀଳନୀରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ଦେଇ ଆଶା ମାନଙ୍କ ଯୋଗୁଁ ରାଜ୍ୟ ସ୍ତରରେ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଅଗ୍ରଣୀ ସ୍ଥାନ ହାସଲ କରିଛି। ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦ୍ଦେଶକ ଡଃ.ଉଦ୍ଦବ ଚରଣ ମାଝୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୋଲାପ ମଞ୍ଜରୀ ଦାସ, ଜିଲ୍ଲା ପଚାଂୟତ ଅଧିକାରୀ ବାଉରୀ ବନ୍ଧୁ ସାହୁ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ କହିଲେ ଯେ, ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସଚେତନତାରେ ଆଶା ଓ ଗାଁ କଲ୍ୟାଣ ସମିତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବାରେ ମୁଖ୍ୟ କର୍ଣ୍ଣଧାର। ଜିଲ୍ଲାର ୧୫୪୧ ଆଶାକର୍ମୀ ୪୧ ପ୍ରକାର କାର୍ଯ୍ୟରେ ନିଯୋଜିତ ହୋଇ ତାହାକୁ ସଫଳତାର ସହ ନିର୍ବାହ କରୁଥିବାରୁ ବକ୍ତାଗଣ ଉଚ୍ଚ ପ୍ରଶଂସା କରିଥିଲେ।ଏହି ଅବସରରେ ୫ଜଣ ଶେଷ୍ଠ ଆଶାକର୍ମୀ ୧୨ ଟି ଗାଁ କଲ୍ୟାଣ ସମିତି, ୫ଟି ସୁସ୍ଥ ପଚାଂୟତ ଓ ଗୋଟିଏ ମହିଳା ଆରୋଗ୍ୟ ସମିତିକୁ ପୁରସ୍କୃତ କରାଯାଇଥିଲା ଉପମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବ୍ରଜବନ୍ଧୁ ଦାସ, ଡା.ଭାସ୍କର ସାମନ୍ତରାୟ ଓ ପୌରନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ସମ୍ମୀଳନୀରେ ମଚାଂସୀନ ଥିବାବେଳେ କାର୍ଯ୍ୟକ୍ରମକୁ ବି.ପି.ଏମ୍ ପି ନାରାୟଣ ରାଓ, ଶୁଧାଂଶୁ ଶେଖର ନାୟକ ଅଶୋକ କୁମାର ସାହୁ ଶମ୍ଭୁନାଥ ହୋତା ବିଜୟ ନାୟକ ସ କେଦାର ମହାପାତ୍ର ପ୍ରମୁଖ ସମ୍ମୀଳନୀ ପରିଜାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top