ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କେନ୍ଦ୍ରାପଡା ୮/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଉସôବକୁ ଜିଲ୍ଲାପାଳ ରଘୁଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ମହିଳାଙ୍କ ବିକାଶ ଓ ସଶକ୍ତି କରଣ ପାଇଁ ନାରୀମାନଙ୍କୁ ଜାଗରିତ ହେବାକୁ ପଡିବ ବୋଲି କହିଥିଲେ । ଆଜିର ମହିଳା ଆଉ ଅବଳା ବା ଦୁର୍ବଳା ହୋଇ ନାହାନ୍ତି ବୋଲି ସେ କହିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ପୁଷ୍ପାଞ୍ଜଳୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସରକାରୀ ଓକିଲ ଭୀମସେନ ଭୂୟାଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରତ୍ୟେକ ନାରୀର ଆତ୍ମା ଓ ସ୍ୱାଧୀନତା ଅଛି । ନାରୀର ପରିଚୟ ମା,ମାଟି,ଆକାଶ,ପାଣି,ପବନ ପରଷ୍ପର ପରିପୂରକ ବୋଲି କହିଥିଲେ । ଆଗ ଭଳି ନୂଆ ବୋହୁ ଟିଏ ଆସିଲେ ରୋଷେଇଘର କଣରେ ଓଢଣା ଟାଣି ରହିବାର ପରମ୍ପରା ଆଜି ଆଉ ନାହିଁ । ତେଣୁ ସମାଜରେ ନାରୀ ଓ ପୁରୁଷ ଉଭୟ ସମାନ ବୋଲି ସେ କହିଥିଲେ । ବରିଷ୍ଟ ଆଇନଜିବୀ ଅଧିକାରୀ ପ୍ରଭାତ କୁମାର ଦାସ ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ପୂର୍ବରୁ ସମାଜରେ ମହିଳାମାନଙ୍କର ଅଧିକାର ସାବ୍ୟସ୍ଥ କରିବାର ସୁଯୋଗ ନଥିଲା ବେଳେ ଆଜି ଭୋଟ ଦାନର ଅଧିକାର ଠାରୁ ଆରମ୍ଭ କରି ସମ୍ପତି ଅଧିକାର ସମେତ ସାମାଜିକ ବ୍ୟବସ୍ଥାରେ ସେମାନେ ଅଂଶିଦାର ହୋଇପାରିଛନ୍ତି ବୋଲି କହିଥିଲେ । ଲିଙ୍ଗଗତ ତାରତମ୍ୟ ଦୂର ପାଇଁ ଆଇନ ପ୍ରଣୟନ ହୋଇଥିବା ସେ କହିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଯୋଗଦେଇ ଯୈ÷ାନ ଅପରାଧରୁ ଶିଶୁ ସୁରକ୍ଷା ଅଧିନିୟମ ପୋକସୋ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ନାରୀ ଅବଳା ନୁହେଁ ସବଳା,ସେ ସମାଜର ମାର୍ଗଦର୍ଶକ,ସନ୍ତାନ ଜନ୍ମରେ ନାରୀର ପୂର୍ଣ୍ଣତା ଆସିଥାଏ ବୋଲି କହିଥିଲେ । ସେ ପୁରୁଷଙ୍କ ଠାରୁ ସ୍ୱତନ୍ତ୍ର ତେଣୁ ନାରୀ ସମ୍ମାନୀୟା । ରାଜନଗର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ ପୁଷ୍ପଲତା ଦାସ ଉଦବୋଧନରେ କହିଥିଲେ ଯେ ବକ୍ତାମାନେ କହିଲେ ମହିଳାମାନେ ପୁରୁଷଙ୍କ ସମକ୍ଷକ ହେବା ଦରକାର କିନ୍ତୁ କେହି କହିଲେନି ଯେ ମହିଳାଙ୍କ ସମକ୍ଷକ ପୁରୁଷଙ୍କର ହେବା ଉଚିତ ବୋଲି । ୧୦୭ବର୍ଷ ଧରି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଆସୁଥିଲେ ମଧ୍ୟ ଆଜି ମହିଳାମାନେ ଯେଉଁଠି ଥିଲେ ସେଇଠି ଅଛନ୍ତି । ଏହି ଅବସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ଜିଲ୍ଲାର ୩ଟି ସ୍ୱୟଂ ସହାୟିକା ଗୋଷ୍ଠିକୁ ୧୫ହଜାର ଟଙ୍କାର ଆର୍ଥିକ ପ୍ରୋସôାହନ ରାଶି ଚେକ ଓ ପ୍ରମାଣପତ୍ର ପ୍ରଦାନ କରିବା ସହିତ ରାଜନଗର ବ୍ଲକର ବସୁଦେବପୀଠ ସ୍ୱୟଂ ସହାୟିକା ଗୋଷ୍ଠି ୨୦୦୪ ମସିହା ଠାରୁ ସୁଚାରୁ ରୁପେ ପଞ୍ଚାୟତରେ ଖାଉଟି ସାମଗ୍ରୀ ବିତରଣ କରି ଆସୁଥିବାରୁ ସେହି ଗୋଷ୍ଠିକୁ ଶାନ୍ତ୍ୱନା ମୁଳକ ପୁରସ୍କାର ପ୍ରଦାନ କରିଥିଲେ ଏବଂ ସର୍ବଦା ନାରୀ ପୂଜ୍ୟା ବୋଲି କହିଥିଲେ । ୯ଟି ବ୍ଲକର ଅଙ୍ଗନୱାଡି କର୍ମୀ ଲିଲି ତ୍ରିପାଠୀ,ନିର୍ମଳା ବିଶ୍ୱାଳ,ଅମ୍ବିକା ବେହେରା,ପାର୍ବତୀ ରାୟ,ଝରଣା ସ୍ୱାଇଁ,ସୁଷମା ମଞ୍ଜରୀ ରାଉତ,ମାଳତୀଲତା ନାୟକ,ସୈାରେନ୍ଦ୍ରୀ ଜେନା,ରିନାଥି ସାହୁଙ୍କୁ ଉତ୍ତମ ସେବା ପାଇଁ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କ ସମେତ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ,କ୍ଷେତ୍ର ପରିଦର୍ଶିକା,ଅଙ୍ଗନୱାଡି କର୍ମୀ,ସ୍ୱେଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଶେଷରେ ମମତା ଯୋଜନାର ଜିଲ୍ଲା ସଂଯୋଜକ ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *