ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଅନୁଗୋଳ,୪/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ୧୯୭୭ ମସିହାରୁ କାର୍ଯ୍ୟରତ ୪ର୍ଥ ଶ୍ରେଣୀ କର୍ମଚାରୀ ଦିବାକର ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀ ସାହୁ ଗତ ମାସ ୩୦ତାରିଖରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ପୂର୍ବାହ୍ନରେ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସଭାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ ଅଧ୍ୟକ୍ଷତା କରି ଶ୍ରୀ ସାହୁ ଜଣେ ସଚ୍ଚୋଟ ଓ ନିର୍ଭିୀକ କର୍ମଚାରୀଭାବେ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିବାସହ ତାଙ୍କର ଅବସରକାଳୀନ ଜୀବନର ସୁଖ ଓ ସମୃଦ୍ଧି କାମନା କରିଥିଲେ। ଉକ୍ତ ସଭାରେ ବରିଷ୍ଠ କିରାଣୀ ସଂଯୁକ୍ତା ପ୍ରଧାନ,ରେଡ଼ିଓ ଇନିସପେକ୍ଟର ଦିପାଳୀ ମହାରଣା,ଷ୍ଟେନୋ ରଞ୍ଜନ କୁମାର ବିଶ୍ୱାଳ,ଭଣ୍ଡାର ରକ୍ଷକ ଅନନ୍ତ ଚରଣ ସାହୁ,ଗ୍ରନ୍ଥାଗାରିକ ମିନତୀ ଦାସ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୈାରଭ ପ୍ରଧାନ,ଆଠମଲ୍ଲିକ ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସର୍ବେଶ୍ୱର ମଲ୍ଲିକ,ସଂଚାଳକ ବଦ୍ରି ନାରାୟଣ ରାଉତଙ୍କ ସମେତ ଜିଲ୍ଲାରେ କାର୍ଯ୍ୟରତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଶ୍ରୀ ସାହୁଙ୍କର ଅବସରକାଳୀନ ଜୀବନର ସୁଖ ଓ ସମୃଦ୍ଧି କାମନା କରିଥିଲେ।

Leave a Reply

Your email address will not be published. Required fields are marked *