ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦହିପଣା ବଣ୍ଟନ

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଂଚ ପକ୍ଷରୁ ଆଜି ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ମହାବିଷୁବ ସଙ୍କ୍ରାନ୍ତି ତଥା ଓଡିଆ ନବବର୍ଷ ଉପଲକ୍ଷେ ଜନସାଧାଣଙ୍କୁ ଦହିପଣା ବଂଟନ କରାଯାଇଥିଲା । ନାଗରିକ ମଂଚର ସାଧାରଣ ସମ୍ପାଦକ ଇଂ ସୈାମ୍ୟରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ମଂଚର ସଦସ୍ୟମାନେ ମହାବିଷୁବ ସଙ୍କ୍ରାନ୍ତିରେ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଆସିଥିବା ପ୍ରାୟ ୫ହଜାରରୁ ଉଦ୍ଧ୍ୱର୍ ଲୋକମାନଙ୍କୁ ଦହିପଣା ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଂଚର ସଭାପତି ପ୍ରତାପ ମହାପାତ୍ର,ମରୁତ କୁମାର ସ୍ୱାଇଁ,ରମେଶ ଚନ୍ଦ୍ର ସାହୁ,ବିଭୁଦତ୍ତ ମଲ୍ଲିକ,ହରେକୃଷ୍ଣ ସାହୁ,ଦିବାକର ପ୍ରଧାନ,ସରୋଜ କୁମାର ସାହୁ,ବିକ୍ରମ ରାଉତ,ରାଜେନ୍ଦ୍ର ମହାପାତ୍ର,କୈବଲ୍ୟ ରାଉତ,ମଂଚର ଉପଦେଷ୍ଟା ପ୍ରଣବ କୁମାର ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସେହିପରି ଆଜି ସକାଳେ ମଂଚ ପକ୍ଷରୁ ଡେରାବିଶ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରାଯିବା ସହିତ ଶ୍ରୀ ଦଧିବାବନଜୀଉଙ୍କ ମନ୍ଦିର ନିକଟରେ ମଧ୍ୟ ଦହିପଣା ବଂଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *