ଜିଲ୍ଲା ରେଡ଼କ୍ରସ ପକ୍ଷରୁ ସେବାଶ୍ରମକୁ ପ୍ରାଥମିକ ଚିକିତ୍ସା ବାକ୍ସ ପ୍ରଦାନ

ତାଳଚେର, ୨/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ରେଡ଼କ୍ରସ ତରଫରୁ ତାଳଚେର ପୈାରାଂଚଳ ଅନ୍ତର୍ଗତ ଅଙ୍ଗାରୁଆସ୍ଥିତ କୁଷ୍ଠାଶ୍ରମ( ସେବାଗ୍ରାମ) ର ଅନ୍ତେବାସୀମାନଙ୍କର କ୍ଷତ ଉପଚାର ପାଇଁ ପ୍ରାଥମିକ ଚିକିତ୍ସା ଉପଚାର ବାକ୍ସ ପ୍ରଦାନ କରାଯାଇଛି। ଉକ୍ତ ବାକ୍ସରେ କ୍ଷତ ଉପଚାର ନିମନ୍ତେ ସମସ୍ତ ପ୍ରକାର ଔଷଧ ମହଜୁଦ ରହିଛି। ଆଜି ଅପରାହ୍ନରେ ତାଳଚେର ସହକାରୀ ଜିଲ୍ଲାପାଳ ସୁବାସ ଚନ୍ଦ୍ର ପ୍ରଧାନ ଉକ୍ତ ଫାଷ୍ଟ ଏଡ଼୍ ବକ୍ସକୁ ଅନ୍ତେବାସୀଙ୍କୁ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ରେଡ଼କ୍ରସର ବରିଷ୍ଠ ସଦସ୍ୟ ବଳରାମ ପତି, ରେଡ଼କ୍ରସର ସ୍ୱେଚ୍ଛାସେବୀ କ୍ଷୀରୋଦ ସାହୁ, ପ୍ରଦୀପ୍ତ କୁମାର ସ୍ୱାଇଁ, ରଣଜିତ ମହାପାତ୍ର, ଶାନ୍ତନୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *