କଳାହାଣ୍ଡି

ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଯକ୍ଷ୍ମା ୱାର୍ଡ ଓ ଜୁନାଗଡ ବ୍ଲକ ଅଂଚଳରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉଦଘାଟିତ ।

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି କରିବା ପାଇଁ ସରକାର ବଦ୍ଧ ପରିକର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଯକ୍ଷ୍ମା ୱାର୍ଡ ଉଦଘାଟନ ଅବସରରେ ପ୍ରକାଶ କରିଛନ୍ତି । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପାଶ୍ୱର୍ରେ ନବନିର୍ମିତ ଏହି ଯକ୍ଷ୍ମା ୱାର୍ଡ ଟିକୁ ମନ୍ତ୍ରୀ ଶ୍ରୀ ଜେନା ଉଦଘାଟନ କରିବା ସହିତ ଜରା ଚିକିତ୍ସା କେନ୍ଦ୍ରର ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ସେହିପରି କଲେଜ ଛକ ପାଖରେ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟନ କରି ସେଠାରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସ୍ତରୀୟ ଆଶାକର୍ମୀ ଓ ଗାଁ କଳ୍ୟାଣ ସମିତି ଗୁଡିକ ତ୍ୱରାନ୍ୱିତ ହୋଇପାରିଲେ ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ହୋଇପାରିବ ବୋଲି ମତ ପୋଷଣ କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେକନୀୟ ଅବଦାନ ପାଇଁ ଆଶାକର୍ମୀ ତଥା ଡାକ୍ତର ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସୁସ୍ଥ ଗ୍ରାମପଂଚାୟତ ଭାବରେ ତମ୍ବାଛଡା ଗ୍ରାମପଂଚାୟତକୁ ପୁରସ୍କୃତ କରାଯାଇଥିଲା । ନିଜ ଅଭିଭାଷଣରେ ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଗୃହନିର୍ମାଣ ନିଗମ ଅଧ୍ୟକ୍ଷ ଭୂପିନ୍ଦର ସିଂ,ଭବାନୀପାଟଣା ବିଧାୟକ ଅନାମ ନାଏକ,ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରମୂଖ ଯୋଗ ଦେଇଥିଲେ । ଗ୍ରାମାଂଚଳର ଅପହଂଚ ଗ୍ରାମ ଗୁଡିକରେ ଉଚିତ ସ୍ୱାସ୍ଥ୍ୟସେବା ପହଂଚାଇବା ଲକ୍ଷ୍ୟନେଇ ସରକାର ବିଭିନ୍ନ ଅଂଚଳରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନ ସ୍ଥାପନ କରାଯାଇଛି । ଅଧିକାଂଶ ସ୍ଥାନରେ ଆବଶ୍ୟକ ଗୃହ ନଥିବାରୁ ସେସବୁ ସ୍ଥାନରେ ଜନସାଧାରଣରେ ଘୋର ଅସୁବିଧା ହେଉଥିବା ପ୍ରକାଶ । ଇତି ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସ୍ୱାସ୍ଥ୍ୟ ସେବା ବିଭାଗରେ ଭିତିଭୂମି ଯଥେଷ୍ଟ ବୃଦ୍ଧି ପାଇବାରେ ଲାଗିଛି । ସହରାଂଚଳରେ ହେଉକି ଗ୍ରାମାଂଚଳରେ ହେଉ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ମଧ୍ୟ ଭିତିଭୂମି ଉନ୍ନତ ହୋଇଆସୁଛି । ସେହିପରି କଳାହାଣ୍ଡି ଭଲି ଅନୁନ୍ନତ ଜିଲ୍ଲାର ଅବହେଳିତ ଜୁନାଗଡ ବ୍ଲକ ଅଂଚଳରେ ଅନେକ ସ୍ଥାନରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନ ଖୋଲାଯାଇଥିଲେହେଁ ଗୃହ ଅଭାବରୁ ଅସୁବିଧା ହେଉଥିଲା । ଇତି ମଧ୍ୟରେ ଗୃହନିର୍ମାଣ କରାଯିବା ପରେ ଓଡିଶା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଆଜି ମଙ୍ଗଳବାର ୧୩.୦୩.୨୦୧୮ ଦିନ କଳାହାଣ୍ଡି ଗସ୍ତ ସମୟରେ ଜୁନାଗଡ ବ୍ଲକର ଜାରିଙ୍ଗ ଓ ଭଇଁରୀଗୁଡା ସ୍ଥିତ ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୃହକୁ ଉଦଘାଟନ କରିଥିଲେ । ଏହାଦ୍ୱାରା ସେସବୁ ଅଂଚଳରେ ଲୋକେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ କହିଥିବା ବେଳେ ସ୍ଥାନୀୟ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ଚାଳିଛି ବୋଲି ପ୍ରକାଶ କରିଛନ୍ତି । ଏହି ଅବସରରେ ଭବାନୀପାଟଣା ବିଧାୟକ ଅନାମ ନାଏକ,କଳାହାଣ୍ଡି ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ, ଭବାନୀପାଟଣା ପୌରାଧ୍ୟକ୍ଷ ଆଦିତ୍ୟ ନନ୍ଦ ପ୍ରମୂଖ ଉପସ୍ଥିତ ଥିଲେ । ଅପରାହ୍ନରେ ମନ୍ତ୍ରୀ ଶ୍ରୀ ଜେନା କେସିଙ୍ଗାସ୍ଥିତ ନବନିର୍ମିତ ଏମସିଏଚ ବିଲଡିଂ କୁ ଉଦଘାଟନ କରିଥିଲେ । କେବଳ ଗୃହ ନିର୍ମାଣ ହେଉଥିବା ବେଳେ କଳାହାଣ୍ଡିରେ ପ୍ରାୟ ୮୫ ଜଣ ଡାକ୍ତର ପଦବୀ ଖାଲି ପଡିଥିବା ଗଣମାଧ୍ୟମ ତରଫରୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେସବୁ ପଦବୀ ପୂରଣ ପାଇଁ ସରକାର ପଦକ୍ଷେପ ନେଉଥିବା ମନ୍ତ୍ରୀ ପ୍ରକାଶ କରିଥିଲେ । ଆଗାମୀ ଦିନରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କଳାହାଣ୍ଡି ଅଗ୍ରଗତି କରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରତିଶୃତି ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top