ବଲାଙ୍ଗୀର ୬-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଜିଲ୍ଲାରେ ସରକାରୀ ଭାବେ ଏଡ୍ସ ଅକ୍ରାନ୍ତଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପ୍ରଦାନ ନିମନ୍ତେ ବିହାନ, ବିଏନପି+, ସାଇ, ଆଦି ପ୍ରମୂଖ ବେସରକାରୀ ଅନୁଷ୍ଠାନଙ୍କୁ ସରକାର ମାସିକ ମୋଟା ଅଙ୍କର ଅର୍ଥ ଯୋଗାଇ ଦେଇ ଆସୁଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ସବୁ କାଗଜପତ୍ରରେ କାମ କରି ମାସିକ ପିସି କାରବାର ଖୋଲା ଖୋଲି କରି ମାଲାମାଲ ହେବ। ସାର ହେଉଛି। ସେହିପରି ଏହି ଜିଲ୍ଲାର ଟିଟିଲାଗଡର ଜଣେ ଅସହାୟ ବିଧବା ମହିଳା ଅର୍ଥ ଅଭାବରୁ ଦୟନୀୟ ଅବସ୍ଥାରେ ପ୍ରଥମେ ଟିଟିଲାଗଡ ଓ ପରେ ବଲାଙ୍ଗୀର ସ୍ଥାନାନ୍ତରିତ ହୋଇ ଥିଲେ। ହେଲେ ଏକ ତେର ବର୍ଷୀୟା ଝିଅ ସହ ସେ ଡାକ୍ତରଖାନାରେ ଚିକିତ୍ସିତ ହେବା ବଦଳରେ ଉକ୍ତ ବେସରକାରୀ ସଂସ୍ଥା କର୍ମକର୍ତ୍ତା ଓଲଟା ଉକ୍ତ ଗୁରୁତର ମହିଳା ଓ ତାଙ୍କ ଝିଅଙ୍କୁ ଓ ଟିଟିଲାଗଡର କିଛି ସ୍ବେଚ୍ଛାସେବୀଙ୍କୁ ଗାଳି ଗୁଳଜ ସହ ଆକ୍ରମଣ ଓ ଧମକ ଚମକ ଦେବା ନେଇ ଅଭିଯୋଗ ହୋଇଛି। ଆମେ ସମସ୍ତଙ୍କୁ ମାସିକ ପିସି ଦେଉଛୁ ତମେ ମିଡ଼ିଆ ସାମ୍ନାରେ କାହିଁକି କହିଲ କହି ନା ନା ପ୍ରକାର ଚାପ ପ୍ରୟୋଗ କରିବା ନେଇ ଅଭିଯୋଗ ହୋଇଛି। ଏଣୁ ବାଧ୍ୟ ହୋଇ ଆଜି ଚିକିତ୍ସା ଅଭାବରୁ ପୁନଃ ନିଜ ଟିଟିଲାଗଡକୁ ଫେରି ଆସୁଛନ୍ତି। ଏ ନେଇ ଜିଲ୍ଳା ସି ଡ଼ି ଏମ ଓ ଉକ୍ତ ବିଭାଗକୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବାକୁ ନିର୍ଦେଶ ଦେବା ସତ୍ୱେ କେହି କର୍ଣ୍ଣପାତ ନ କରିବା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।
