ଓଡ଼ିଶା

ଜିଲ୍ଲା ମାନ୍ୟତା ଅନଶନରତ ଯୁବଛାତ୍ର ଅଂଶୁଘାତର ଶିକାର

ଟିଟିଲାଗଡ ୨୪-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି ଆଜି ପଞ୍ଚମ ଦିନରେ ପହଂଚି ଥିବା ବେଳେ ଉତ୍କଟ ଖରାରେ ଧାରଣା ରତ ଜଣେ ଛାତ୍ର ଅଂଶୁଘାତର ଶିକାର ହୋଇଛନ୍ତି l ଟିଟିଲାଗଡ ସ୍ଥିତ ଡ଼ି.ଏ.ଭି ମହାବିଦ୍ୟାଳୟର ଯୁକ୍ତ+ ୩ ରେ ଅଧ୍ୟୟନ କରୁଥିବା ରୁଦ୍ରପ୍ରସାଦ ପୁଞ୍ଜି ଧାରଣା ସ୍ଥଳରେ ହଠାତ ଅଚେତ ହୋଇଯାଇଥିଲେ। ତୁରନ୍ତ ତାଙ୍କୁ ଧାରଣାସ୍ଥଳରୁ ଟିଟିଲାଗଡ ମୁଖ୍ୟ ସରକାରୀ ଚିକିତ୍ସାଳୟର ଅଂଶୁଘାତ କକ୍ଷରେ ଡାକ୍ତର କୃଷ୍ଣଚନ୍ଦ୍ର ପାଲ ଭର୍ତି କରି ଚିକିତ୍ସା ଆରମ୍ଭ କରିଥିବା ସୂଚନା ମିଳିଛି। କ୍ରମାଗତ ଭାବେ ଅନିଦ୍ଧିଷ୍ଟ କାଳ ପାଇଁ ଚାଲୁଥିବା ଏ ଧାରଣା ଓ ଦାବିନେଇ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଛାତ୍ର କ୍ରିୟାନୁଷ୍ଠାନ କମିଟୀ ତଥା ବିଭିନ୍ନ ମହଲରୁ ଦୃଢ଼ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top