ଜିଲ୍ଲା ପରିକ୍ରମା

ଜିଲ୍ଲା ମହିଳା କଂଗ୍ରେସର କର୍ମୀ ସମ୍ମିଳନୀ

ଭଦ୍ରକ, ୯ା ୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପ୍ରଦେଶ ମହିଳା କଂଗ୍ରେସ ଆହ୍ୱାନ କ୍ରମେ ଭଦ୍ରକ ମହିଳା କଂଗ୍ରେସର ସଭାପତି ସବିତା ଚନ୍ଦଙ୍କ ସଭାପତିତ୍ୱରେ ଜିଲ୍ଲାରେ ମହିଳା କଂଗ୍ରେସକୁ ଶକ୍ତିଶାଳୀ କରିବା ନିମନ୍ତେ ‘ ଆଇ.ଏମ.କରେଜ’ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜିଲ୍ଲାରେ ୭ଗୋଟି ବ୍ଲକ ଓ ୪ଗୋଟି ଏନ.ଏ.ସି ସ୍ତରୀୟ ବୈଠକ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମ୍ପର୍ଣ୍ଣ କରାଯାଇ ବୁଥ ସ୍ତରରୁ ମହିଳା ସଶକ୍ତି କରଣ କାର୍ଯ୍ୟକ୍ରମକୁ ହାତକୁ ନିଆଯିବା ପାଇଁ ବୈଠକରେ ନିତି ନିର୍ଦ୍ଧାରଣ କରାଗଲା। ଉକ୍ତ ବୈଠକରେ ପ୍ରଦେଶ ମହିଳା କଂଗେସର ସାଧାରଣ ସମ୍ପାଦିକା ପ୍ରତିମା ମଲ୍ଲିକ, ସମ୍ପାଦିକ ଭାଗ୍ୟଶ୍ରୀ ପ୍ରଧାନ, ଜ୍ୟୋସ୍ନାରାଣୀ ପଣ୍ଡା, ଜିଲ୍ଲା ସଭାପତି ନରେନ ପଲେଇ, ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ନେତା ସୁବ୍ରତ ଦାସ, ବାସୁଦେବପୁର ନିର୍ବାଚନ ମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକ, ମିଡ଼ିଆ ସେଲ ଅଧ୍ୟକ୍ଷ ଅତିସ କୁମାର ଦାସ, ବନ୍ତ ବ୍ଲକର ପୁର୍ବତନ ଅଧ୍ୟକ୍ଷା ନିରୁପମା ରାଉତ, ଜାନକୀ ଦାସ, କାଉସିଲର ଉର୍ମିଳା ଚୌଧୁରୀ, ସସ୍ମିତା ପାଲ, ଅଶୋକ ମହାପାତ୍ର, ସବିତା ନାୟକ, ଯୁବ କଂଗ୍ରେସ ସଭାନେତ୍ରୀ ଆରତୀ ଦାସ, ଜ୍ୟୋସ୍ନାରାଣୀ ଦାସ, ଭଦ୍ରକ ମହିଳା ସମ୍ପାଦିକା ପୁଷ୍ପାଞ୍ଜଳି ଘୋଷ, ସୁଲଚନା ନାୟକ, ଲକ୍ଷ୍ମିପ୍ରିୟା ଜେନା, ନାରୀନେତ୍ରୀ ଜ୍ୟୋସ୍ନାରାଣୀ ପତି, ଜୟନ୍ତୀ ଦାସ, ସୁପ୍ରଭା ଦାସ, ସବିତା ମହାପାତ୍ର, ଝୁଲଣୀ ଭାରତୀ, ହାସିନା ଖାତୁନ, ପ୍ରଭାତ ନଳିନୀ ପଣ୍ଡା, ଦେବଶ୍ରୀ ମଲ୍ଲିକ, ନିରଂଜନ ମଲ୍ଲିକ, ମନୋଜ ପଣ୍ଡା, ବାବୁଲି ଘୋଷ, ପ୍ରଦ୍ୟୁମ୍ନ ଦାସ ଓ ବହୁ ମହିଳା କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top