କୋରାପୁଟ ; ତା୨୬-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପରାମର୍ଶ ଓ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଟିତ ହୋଇଯାଇଛି।କୋଟପାଡର ଧାମଣାହାଣ୍ଡିରେ ବନ୍ୟାଆଶ୍ରୟସ୍ଥଳ ନିର୍ମାାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଥିବା ବେଳେ ସଡରଙ୍ଗାରେ ନିର୍ମାଣକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଗୁମୁଡାରେ କେବଳ ଛାତ ପଡି ଅନ୍ୟାନ୍ୟ କାର୍ଯ୍ୟ ବାକି ରହିଥିବା ବିଡିଓ ସୂଚନା ଦେଇଥିଲେ।ଅର୍ଥର ଅଭାବ ରହିଥିବା ସେ ସୂଚନା ଦେଇଥିଲେ ଓ କେତେ ଅର୍ଥ ଖର୍ଚ୍ଚ ହେବ ତାହା ତୁରନ୍ତ ଜିଲ୍ଲା ଅଫିସକୁ ଜଣେଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।କୋରାପୁଟ ଜିଲ୍ଲାରେ କେତେ ଦାଦାନଶ୍ରମିକ ରହିଛନ୍ତି ତାହାର ବିବରଣୀ ଜଣେଇବାକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାର ନନ୍ଦପୁର, ଲମତାପୁଟ, ଦଶମନ୍ତପୁର ଓ କୁନ୍ଦ୍ରାରୁ ଅଧିକା ଦାଦନ ଶ୍ରମିକ ରହିଥିବା ଜିଲ୍ଲା ଶ୍ରମ ଅଧିକାରୀ ପି . କେ.ପାଣିଗ୍ରହୀ ପ୍ରକାଶ କରିଥିଲେ।ପଂଚାୟତସ୍ତରରେ ଦାଦାନ ଶ୍ରମିକ ଚିହ୍ନଟ କରି ସେମାନଙ୍କୁ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସାମିଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲାର ବିଡିଓ ଓ ତହସିଲଦାରମାନେ ସତର୍କ ରହି ଜିଲ୍ଲା ଅଫିସକୁ ତୁରନ୍ତ ଜଣେଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି, ଜୟପୁର ବିଧାୟକଙ୍କ ପ୍ରତିନିଧି ନରି ମହାନ୍ତି, ଜିଲ୍ଲାପରିଷଦ ଉପସଭାପତି ତୁଲସି କିରସାନି, ଅତିରିକ୍ତ ଜିଲ୍ଲାପାଳ ସୁଜାତା ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନ, କୋରାପୁଟ ଉପଜିଲ୍ଲାପାଳ କୃତିବାସ ରାଉତ, ଜୟପୁର ଉପଜିଲ୍ଲାପାଳ ଦଳ ବେହେରା, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲ, ଡିଆଇବିର ଡିଏସପି ଓମ ପ୍ରକାଶ ପାତ୍ର ଓ ଜିଲ୍ଲା ର ସମସ୍ତ ତହସିଲଦାର, ବିଡିଓ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦେବବ୍ରତ କରାତି ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୈାମ୍ୟରଂଜନ ସ୍ୱାଇଁ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।
