ଜିଲ୍ଲା ବିଦ୍ୟୁତ୍ ଉପଭୋକ୍ତା ଆସୋସିଏସନ ପକ୍ଷରୁ ଏନ୍ଜେନ୍ ହଟାଅ ଅଭିଯାନ

କେନ୍ଦ୍ରାପଡା ୨୯/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲା ବିଦ୍ୟୁତ୍ ଉପଭୋକ୍ତ ସଙ୍ଘ ପକ୍ଷରୁ ଏନ୍ଜେନ୍ ହଟାଅ ଅଭିଯାନ ସାରା ଜିଲ୍ଲାରେ ଆରମ୍ଭ ହୋଇଯାଇଛି । ବିଦ୍ୟୁତ୍ ଉପଭୋକ୍ତା ସଙ୍ଘର ଏକ ବୈଠକ ସହରର କଜଳାସ୍ଥିତ ସେସୁ ପରିଚାଳକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିବାବେଳେ ଭୀମସେନ ପରିଡା, ରବିନ୍ଦ୍ର କୁମାର ବେହେରା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରମୁଖ ଯୋଗଦେଇ ଏନ୍ଜେନ୍ କମ୍ପାନୀର ମନମୁଖୀ ଓ ଦାୟିତ୍ୱହୀନ ସେବା ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଗତ ୨୦୧୩ ମସିହା ଅପ୍ରେଲ ମାସ ପହିଲାରୁ ଏନ୍ଜେନ୍ କମ୍ପାନୀ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱ ନେଇଛି । ଏନ୍ଜେନ୍ କେବଳ ଯେ ଉପଭୋକ୍ତ ମାନଙ୍କୁ ଶୋଷଣ କରୁଛି ତାହା ନୁହେଁ ଏନ୍ଜେନ୍ ସ୍ଥାନୀୟ ଯୁବକମାନଙ୍କୁ ସ୍ୱଳ୍ପ ଦରମାରେ ଖଟାଇ ସେମାନଙ୍କୁ ଶୋଷଣ କରୁଛି । ଏଥିସହିତ ଅର୍ଥ ଆଦାୟ ପାଇଁ ଓଡିଶା ବିଦ୍ୟୁତ୍ ନିୟାମକ କମିଶନ ଦ୍ୱାରା ସ୍ଥିରୀକୃତ ନୀତି ନିୟମକୁ ଏହି କମ୍ପାନୀ ମାନୁନାହିଁ ଏହାର କାର୍ଯ୍ୟକୁ ତଦାରଖ କରିବାର ଦାୟିତ୍ୱ ସେସୁ ଅଧିକାରୀମାନଙ୍କର ଥିଲେ ମଧ୍ୟ ସେସୁ କର୍ମଚାରୀ ଓ ଅଧିକାରୀମାନେ ଏନ୍ଜେନ୍ର କାର୍ଯ୍ୟକୁ ଆଖି ବୁଜି ଦେଇଛନ୍ତି । ଏହା ସହିତ ଦିନକୁ ୫ରୁ ୧୦ଥର ବିଦ୍ୟୁତ କାଟ ହେଉଛି । ବ୍ୟବସାୟୀକ ବଣ୍ଟନ ଜନିତ କ୍ଷତି ପ୍ରତିବର୍ଷ ଶତକଡା ୫ଭାଗ କମାଇବା କଥା ଯାହାକି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନାହିଁ । ମିଟର ପୋଡିଗଲେ ମିଟର ନବସାଇ ଆଭରେଜ ବିଲ୍ ସ୍ଥଳେ ଲୋଡ୍ ଫୋକ୍ଟର ବିଲ୍ ଦିଆଯାଇ ଲୋକଙ୍କୁ ଶୋଷଣ କରାଯାଉଛି । ତେଣୁ ଏ ସବୁକୁ ବନ୍ଦ ନକଲେ ଆସନ୍ତା ଦିନରେ ଉପଭୋକ୍ତାମାନେ ଆନେ୍ଦାଳନାମ୍ôକ ପନ୍ଥା ଗ୍ରହଣ କରିବେ ବୋଲି ଉପଭୋକ୍ତା ସଂଘ ପକ୍ଷରୁ ଏହି ବୈଠକରେ ଚେତାବନି ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *