ଜିଲ୍ଲା ବିଜେପିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ବିଜୟ ମହାପାତ୍ରଙ୍କୁ ବହିଷ୍କାର

କେନ୍ଦ୍ରାପଡା ୨୨/୧୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ବିଜେପିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ଆଜି ବିଜୟ ମହାପାତ୍ରଙ୍କୁ ବହିଷ୍କାର କରାଯାଇଛି । ଗତକାଲି ପାଟକୁରା ନିର୍ବାଚନ ମଣ୍ଡଳିର ଗରଦପୁର ବ୍ଲକ ଅଧିନସ୍ଥ ସିଙ୍ଗିଟିଆ ସିଦ୍ଧବଟରେ ଅନୁଷ୍ଠିତ ହେବାକୁ ଥିବା ମିଶ୍ରଣ ପର୍ବରେ ବିଜୟ ଏବଂ କେତେକ ବିଜେପି ନେତାଙ୍କୁ ଡକାନଯାଇ ଏହି ବୈଠକ କରାଯାଉଥିବାରୁ ଏହାର ପ୍ରତିବାଦ କରି ତିନିସହରୁ ଉର୍ଦ୍ଧ ବିଜେପି କର୍ମୀ ମିଶ୍ରଣ ପର୍ବକୁ ଆସୁଥିବା ରାଲି ଓ ନେତାମାନଙ୍କୁ ମାରି ଗୋଡାଇବାରୁ ବିଜୟ ଓ ତାଙ୍କ ସମର୍ଥକମାନଙ୍କୁ ଏହି ଘଟଣା ଘଟାଇଛନ୍ତି ବୋଲି ଆଜି ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ କରାଯାଇ ବହିଷ୍କାର କରାଯାଇଛି । ଆଜି ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ଜିଲ୍ଲା ସଭାପତି ଦୁର୍ଯେ୍ୟାଧନ ସାହୁ,ଉପ ସଭାନେତ୍ରୀ ଉର୍ମିଳା ସେଠୀ,ହେମନ୍ତ କୁମାର ପରିଡା,ଗିତାଞ୍ଜଳି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଭୂବନ ମୋହନ ଜେନା ଏବଂ ବିଜୟଙ୍କ ପଟ୍ଟଶିଷ୍ୟ କୁହାଯାଉଥିବା ପୂର୍ବତନ ବିଧାୟକ ଉକôଳ କେଶରୀ ପରିଡା ଦଳର ଜିଲ୍ଲା କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ ମଧ୍ୟ ସାମ୍ବାଦିକ ସମ୍ମିଳନୀସ୍ଥଳକୁ ଯାଇନଥିଲେ । ତେବେ ସାମ୍ବାଦିକମାନେ ସେମାନଙ୍କ ପ୍ରତିକ୍ରିୟା ଚାହିଁବାରେ ସେମାନେ ଗତକାଲିର ଘଟଣା ପାଇଁ ବିଜୟ ଏବଂ ତାଙ୍କ ସମର୍ଥକମାନେ ଏଠାରେ ଗୁଣ୍ଡାରାଜ ଚଳାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ । ତାଙ୍କ ବିରୋଧରତେ ଦ୍ୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରିପୋର୍ଟ ପଠାଯାଇଛି । ବିଜେପି ଦଳରେ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଅନ୍ୟ ପକ୍ଷରେ ଗତକାଲିର ଘଟଣା ପରଠାରୁ ପାଟକୁରା,ମହାକାଳପଡା ଓ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳିରେ ବିଜେପି କର୍ମୀମାନେ ଦୁଇଗୋଷ୍ଠିରେ ବିଭକ୍ତ ହୋଇ ଛକାପନ୍ଝା ଅÿବସ୍ତାରେ ରହିଥିବାର ଦେଖାଯାଇଛି ।

Leave a Reply

Your email address will not be published. Required fields are marked *