ଜିଲ୍ଲା ବିଜେଡି ସଭାପତିଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲେ ଯୁବ ବିଜେଡି ଉପଦେଷ୍ଟା ସଭ୍ୟ ; ସଭାସମିତିରେ ଥିଲେ ଫୋନ ଉଠାଇ ନ ଥାଇ କିନ୍ତୁ ପରେ କଲବ୍ୟାକ କରେ-ସାଂସଦ

କୋରାପୁଟ ; ତା୧୦-୧୧-୧୭(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ଯୁବ ବିଜେଡିର ଏକ ବୈଠକରେ ଯୁବ ବିଜେଡି ଉପଦେଷ୍ଟା ଜଗଦୀଶ ପାଣିଗ୍ରାହୀ କୋରାପୁଟ ଜିଲ୍ଲା ବିଜେଡି ସଭାପତି ତଥା ସାଂସଦ ଝିନ୍ନ ହିକକାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିବା ଜଣାପଡିଛି ।ଜିଲ୍ଲାରେ ଅନେକ ସମସ୍ୟା ରହିଛି ଏହାର ସମାଧାନ ପାଇଁ ଜଣେ ବିଜେଡି କର୍ମି ଜିଲ୍ଲା ସଭାପତି ଓ ବିଧାୟକଙ୍କ ନିକଟରେ ଉପସ୍ଥାପନା କରିବେ କିନ୍ତୁ କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ହିକକା ନିଜ ଫୋନ ଉଠାଉ ନ ଥିବା କିମ୍ବା କଲ ବ୍ୟାକ କରୁ ନ ଥିବା ଶ୍ରୀ ପାଣିଗ୍ରହୀ ଅଭିଯୋଗ କରିଥିଲେ ।ଅଳ୍ପଦିନ ତଳେ ସେ କଂଗ୍ରେସରୁ ବିଜେଡିକୁ ଆସିଛନ୍ତି ତେଣୁ ସେ ବିଜେଡିର ନିତି ଓ ଶୃଖଂଳା ସଂପର୍କରେ ଧାରଣା ନାହିଁ ବୋଲି ଜିଲ୍ଲା ସଭାପତି ଶ୍ରୀ ହିକକା ପ୍ରକାଶ କରିଥିଲେ ।ସଭାସମିତିରେ ଥିଲେ ସେ ଫୋନ ଉଠାଇ ନ ଥାନ୍ତି କିନ୍ତୁ ତା ପରେ କଲ ବ୍ୟାକ କରେ ବୋଲି ସେ ସୂଚନା ଦେଇଥିଲେ ।
ମଂଚ ଉପରେ ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି ଉପସ୍ଥିତ ଥିଲେ ମଧ୍ୟ ସେପରି ଘଟଣା ତାଙ୍କ ନଜରକୁ ଆସି ନ ଥିବା ପ୍ରକାଶ କରିଥିଲେ ।କୋରାପୁଟ ଜିଲ୍ଲାର ନୂତନ କର୍ମକର୍ତାଙ୍କୁ ସମ୍ବର୍ନ୍ଧନା ଦିଆଯାଉଥିଲା ଓ ଯୁବ କର୍ମିମାନେ ଶୃଖଂଳିତ ଭାବରେ ରହିଥିଲେ ବୋଲି ସେ ପ୍ରକାଶ କରିଥିଲେ । ଆସନ୍ତା ୩ ମାସ ମଧ୍ୟରେ କୋରାପୁଟ ଜିଲ୍ଲାରେ ୧୭୦୦ ନୂତନ ଯୁବକମାନଙ୍କୁ ଦଳରେ ସାମିଲ କରାଯିବାର ଲକ୍ଷ୍ୟ ରକାଯାଇଥିବା ସେ ପ୍ରକାଶ କରିଥିଲେ ।ଯୁବ ବିଜେଡି ବିକାଶକୁ ନେଇ ଲୋକଙ୍କୁ ପାଖକୁ ଯିବ ବୋଲି ସେ ସୂଚନା ଦେଇଥିଲେ ।
ଜିଲ୍ଲାର ଯୁବ ବାହିନୀ ରାଜ୍ୟ ମୁଖ୍ୟମନ୍ତ୍ରୀ ନବିନ ପଟନାୟକଙ୍କ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କୋରାପୁଟ ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲା ପ୍ରକାଶ କରିଥିଲେ ।
କୋରାପୁଟ ଜିଲ୍ଲାର ଯୁବ ବିଜେଡି ନୂତନ କର୍ମକର୍ତାଙ୍କୁ ଦିଆଯାଇଥିବା ସମ୍ବର୍ନ୍ଧନା ସଭାରେ ରାଜ୍ୟ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା , ଜିଲ୍ଲାପରିଷଦ ସବାପତି ପ୍ରଭୁ ଜାନି , ପୂର୍ବତନ ବିଧାୟକ ରଘୁରାମ ପଡାଲ ,ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସଂପାଦକ ଇଶ୍ୱର ପାଣିଗ୍ରାହୀ , ଯୁବ ସାଧାରଣ ସଂପାଦକ ଧର୍ମେନ୍ଦ୍ର ଅଧିକାରୀ ,ପୃଥିବିରାଜ ସାହୁ , ଜିଲ୍ଲା ବିଜେଡି ଉପସଭାପତି ତ୍ରୀପୁରାରୀ ଗରଡା ,କ୍ରୀଟ ଅଧ୍ୟକ୍ଷ ଅଶୋକ କୁମାର ପାଙ୍ଗୀ , ବରିଷ୍ଠ ନେତା ରଘୁରାମ ମାଛ ପ୍ରମୁଖ ଉପସ୍ଥିତ ଥିବା ବେଳେ ଦଳର ବରିଷ୍ଠ ନେତା ତଥା ଜୟପୁରର ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦଙ୍କ ନାମ ନିମନ୍ତ୍ରୀତ ଅତିଥିଭାବେ ଏଜେଣ୍ଡାରେ ଥିବା ବେଳେ ସେ ଅନୁପସ୍ଥିତ ରହିଥିବା ନଜର କରାଯାଇଥିଲା ।ଉପଦେଷ୍ଟା ସିମାଞଳ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ଉକôଳ ରଂଜନ ନାୟକ ପରିଚାଳନାରେ ସହଯୋଗ କରିଥିଲେ । କୋରାପୁଟ ମ୍ୟୁନସିପାଲଟି ବିଜେଡି କାଉନସିଲର ଅମ୍ବିକା ଷଣ୍ଢ , ଲିଲି ବୁରୁଡି , ମନୋଜ କୁମାର ପଣ୍ଡା ,ଜିଲ୍ଲା ଯୁବ ସଂପାଦକ ସନ୍ତୋଷ ପଣ୍ଡା ,ତ୍ରୀନାଥ ପାତିକା , ଅଶ୍ୱିନୀ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *