ଜିଲ୍ଲା ବାହାର ପ୍ରାର୍ଥି ଙ୍କୁ ନିଯୁକ୍ତି ଦେବାକୁ ବିରୋଧ କରି କଳାହାଣ୍ଡି ବନ୍ଦ ଡାକରା ।

କଳାହାଣ୍ଡି ୩୧/୦୧/୨୦୧୮( ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ଖାଲିଥିବା ପ୍ରାଥମିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆବେଦନ କରିଥିବା ପ୍ରାର୍ଥି ଗତ ମଙ୍ଗଳବାର ଦିନ କଡା ପୋଲିସ ସୁରକ୍ଷା ମଧ୍ୟରେ ସାର୍ଟିଫିକେଟ ଯାଂଚ କରାଯାଇଥିଲା । ଅନ୍ୟ ପକ୍ଷରେ କେବଳ କଳାହାଣ୍ଡି ଜିଲ୍ଲାର ପ୍ରାର୍ଥôଙ୍କୁ ସୁଯୋଗ ଦିଆଯାଇ ବାହାର ଅନ୍ୟ ଜିଲ୍ଲାର ପ୍ରାର୍ଥି ଙ୍କୁ ବିରୋଧ କରି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ଆନେ୍ଦାଳନକାରୀମାନେ ଟାୟାର ଜାଳି ରାସ୍ତା ରୋକ ଓ ପିକେଟିଂ କରିଥିଲେ । ଘଟଣା ସ୍ଥଳରେ ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ପୋଲିସ ମୂତୟନ କରାଯାଇଥିଲା । ପ୍ରବଳ ବିରୋଧ ସତ୍ୱେ ୧୦୨୧ ଜଣଙ୍କ ଆବେଦନ ଯାଂଚ ହୋଇଥିବା ଜଣାପଡିଥିଲା । ଏହାକୁ ବିରୋଧ କରି ବୁଧବାର ଦିନ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି । କଡା ସୁରକ୍ଷା ମଧ୍ୟରେ ସାର୍ଟିଫିକେଟ ଯାଂଚ କରାଯାଉଥିବା ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲା ବେକାର ସିଟି ଓ ବିଇଡି ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସ୍ତରରେ ପ୍ରାର୍ଥô ଚୟନ ପ୍ରକ୍ରୀୟାକୁ ଏହି ସଂଘ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ରାଜ୍ୟ ଭିତିକ ନିଯୁକ୍ତିକୁ ବନ୍ଦ କରାଯାଇ ଜିଲ୍ଲା ସ୍ତରରେ ନିଯୁକ୍ତି ଦେବାକୁ ସଂଘ ପକ୍ଷରୁ ଦାବୀ କରାଯାଉଛି । କଳାହାଣ୍ଡି ଜିଲ୍ଲାପାଳ ପରିସ୍ଥିତିକୁ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *