ଜିଲ୍ଲା ପରିକ୍ରମା

ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକ ବିବାଦ ପୁଣି ତେଜିଲା

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –    ଭଦ୍ରକରେ କାର୍ଯ୍ୟରତ ଜିଲ୍ଲା ସ୍ତରୀୟ ସାମ୍ବାଦିକ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ପୁଣି ବିବାଦ ମୁଣ୍ଡ ଟେକିଛି । ଯାହାର ପ୍ରତିଫଳନ ଆଜି ସ୍ପଷ୍ଟ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆହୁତ ସାମ୍ବାଦିକ ସମ୍ମିଳନୀକୁ ଜିଲ୍ଲା ସ୍ତରୀୟ ସାମ୍ବାଦିକମାନେ ବର୍ଜନ କରିଛନ୍ତି । ଗତବର୍ଷ ମଧ୍ୟ ଏହି ପ୍ରକାରର ଏକ ବିବାଦ ଦେଖା ଦେଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହେଉଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କୁ ଡକା ଯାଉ ନ ଥିବାରୁ ଗତବର୍ଷ ସାମ୍ବାଦିକମାନେ ପ୍ରଶାସନକୁ ଅସହଯୋଗ କରିଥିଲେ । ତେବେ ଜିଲ୍ଲାପାଳ ସାମ୍ବାଦିକଙ୍କୁ ଡକାଇ ଏହାର ପୁନରାବୃତ୍ତି ଘଟିବ ନାହିଁ ଏବଂ ସମନ୍ୱୟ ରକ୍ଷାହେବାର ପ୍ରତିଶୃତି ଦେଇଥିଲେ । ମାତ୍ର ତାହା କିଛି ଦିନ ଚାଲିବା ପରେ ପୁଣି ଯଥା ପୂର୍ବଂ ତଥା ପରଂ ସ୍ଥିତିକୁ ଆସିଛି । ଯାହାକୁ ନେଇ ଗତ ମଙ୍ଗଳବାର ଜିଲ୍ଲାସ୍ତରୀୟ ସାମ୍ବାଦିକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ପ୍ରଶାସନର ସାମ୍ବାଦିକଙ୍କୁ ଅଣଦେଖା କରାଯିବା ଘଟଣାର ତୀବ୍ର ନିନ୍ଦା କରାଯାଇଥିଲା । ପ୍ରଶାସନିକ କାର୍ଯ୍ୟକ୍ରମକୁ ବର୍ଜନ କରାଯିବାକୁ ସମସ୍ତ ସାମ୍ବାଦିକ ନିଷ୍ପତି ନେଇଥିଲେ । ଏହି ବୈଠକରେ ସାମ୍ବାଦିକ ନିହାର ଦାସ, ପ୍ରତାପ ଦାସ, ତପନ ମିଶ୍ର, ଅମର ନାୟକ, ପ୍ରମୋଦ ରାୟ, ନରେନ୍ଦ୍ର ସାମଲ,  ଅଶୋକ ନାୟକ, ତପନ ସ୍ୱାଇଁ, ଜ୍ଞାନ ପାଣି, ଗୌରହରି ନାୟକ, ରମେଶ ପାଗଳ, ପାର୍ଥସାରଥୀ ନାୟକ, ଜଗବନ୍ଧୁ ବେହେରା, ବିଭୁ ପ୍ରସାଦ ବେହେରା, ରାଜେନ୍ଦ୍ର ଜେନା, ଦେବାଶିଷ ମହାପାତ୍ର, ସୌମ୍ୟରଞ୍ଜନ ପାଢୀ, ପ୍ରିୟଦର୍ଶନ ବୋଇତି, ଶାନ୍ତନୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆଗାମୀ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ମହୋତ୍ସବ ‘ଭଦ୍ରାୟନୀ’ ପାଇଁ ଆଜି ଅପରାହ୍ନରେ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ଯାହାକୁ ସମସ୍ତ ସାମ୍ବାଦିକ ବର୍ଜନ କରିଛନ୍ତି । ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ବେହେରା ଓ ସହାୟକ ଉପଜିଲ୍ଲାପାଳ ସୌମ୍ୟଶ୍ରୀ ପାଣିଗ୍ରାହୀ ସାମ୍ବାଦିକଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ଗତବର୍ଷ ଏହି ଜିଲ୍ଳା ମହୋତ୍ସବରେ ପ୍ରଶାସନ ପକ୍ଷରୁ ଏହାର ମୁଖପତ୍ର ‘ଭଦ୍ରାୟଣୀ’ ପ୍ରକାଶ କରାଯିବା ନାଁରେ ବ୍ୟାପକ ଅର୍ଥ ହରିଲୁଟ ହୋଇଛି । କେବଳ ୮/୧୦ଟି କଭର ପେଜ ପ୍ରିଣ୍ଟ କରି ଏହାକୁ ଉନ୍ମୋଚନ କରି ପ୍ରଶାସନ ଟଙ୍କା ସବୁ ହଡପ କରିଛି । ଯାହାକୁ ପ୍ରଶ୍ନ କରି ସାମ୍ବାଦିକମାନେ ପ୍ରଶାସନର ରୋଷର ଶିକାର ହୋଇଛନ୍ତି । ପୁଣି ଚଳିତ ବର୍ଷ ମଧ୍ୟ ଜିଲ୍ଳା ମହୋତ୍ସବର ସମୟ ଆସିଥିବାରୁ ସାମ୍ବାଦକିମାନେ ଏହାର ଘୋର ବିରୋଧ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top