କେନ୍ଦ୍ରାପଡ଼ା

ଜିଲ୍ଲା ପ୍ରତିଷ୍ଠା ଓ ଉକôଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୧୬/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଜିଲ୍ଲା ପ୍ରତିଷ୍ଠା ଓ ଉକôଳ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ରଘୁଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲା ପ୍ରତିଷ୍ଠାର ୨୫ତମ ପୂର୍ତ୍ତି ଉସôବ ଏବଂ ଉକôଳ ଦିବସ ପାଳନ ଜନିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରସ୍ତାବ ଉପସ୍ଥାପନା କରିଥିଲେ । ଅପ୍ରେଲ ୧ତାରିଖ ଦିନ ସକାଳ ୪ଟା ୩୦ମିନିଟ ସମୟରେ ବନେ୍ଦ ଉକôଳ ଜନନୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ଡାକବାଜି ଯନ୍ତ୍ର ଯୋଗେ ସହରରେ ପ୍ରଚାର କରାଯିବା ସହ ୬ଟା ୩୦ମିନିଟ ସମୟରେ ପୈାରାଞ୍ଚଳର ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରୀ କରାଯିବ । ସକାଳ ୭ଟା ୫ମିନିଟ ସମୟରେ ଗରାପୁର ଛକ ଠାରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ବିଧାୟିକା ସରସ୍ୱତୀ ଦେବୀଙ୍କ ପ୍ରତିମୂର୍ତ୍ତୀରେ ମୂଖ୍ୟ ଅତିଥି ଏବଂ ଅନ୍ୟ ଅତିଥିମାନଙ୍କ ଦ୍ୱାରା ସାମୁହିକ ମାଲ୍ୟାର୍ପଣ କରାଯାଇ ତିନିମୁହାଁଣି ଛକ,କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର,କେନ୍ଦ୍ରାପଡା ତହସିଲ କାର୍ଯ୍ୟାଳୟ,ନୂଆ ବସଷ୍ଟାଣ୍ଡ,ଭାଷ୍କର ସିନେମା ହଲ ପାଖ,କେନ୍ଦ୍ରାପଡା କୋର୍ଟ ପରିସର,ଟାଉନ ହାଇସ୍କୁଲ ଛକ,ଗୋକୁଳ ଚନ୍ଦ୍ର ସଙ୍ଗୀତ ସଦନ ପରିସର,ଜିଲ୍ଲା ମୁଖ୍ୟ ଚିକିସôାଳୟ ପରିସର,କେନ୍ଦ୍ରାପଡା ବ୍ଲକ ପରିସର,ତୁଳସୀ ମହିଳା ମହାବିଦ୍ୟାଳୟ ପରିସର,ପୈାରସଂସ୍ଥା କାର୍ଯ୍ୟାଳୟ ପରିସର,ପୁରୁଣା ବସଷ୍ଟାଣ୍ଡ ପରିସରରେ ଥିବା ଉକôଳର ବୀର ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ସନ୍ଧ୍ୟା ୬ଟା ସମୟରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉକ୍ରଳ ଦିବସ ଅବସରରେ ଚତୁର୍ଥରୁ ସପ୍ତମ, ଅଷ୍ଟମରୁ ଦଶମ ଏବଂ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଉକ୍ତ ଦିନ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ । ଏଥି ନିମନ୍ତେ ଛକ ସ୍ଥାନ ଏବଂ ବିଭିନ୍ନ ଅନୁଷ୍ଠାନ ଗୁଡିକରେ ଥିବା ବର ପୁତ୍ର ମାନଙ୍କ ପ୍ରତିମ ୂର୍ତ୍ତି ଗୁଡିକୁ ସଫା କରିବା ପାଇଁ ପୌରପରିଷଦ ଏବଂ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଉକ୍ରଳ ଦିବସ ଅବସରରେ ସହରକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବାପାଇଁ ମାର୍ଚ୍ଚ ୨୪ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ଅଭିଯାନ କରାଯାଇ କେନ୍ଦ୍ରାପଡା ମୁଖ୍ୟ କେନାଲ ସଫେଇ ଓ ସହର ସଫେଇ କାର୍ଯ୍ୟକ୍ରମକୁ ସ୍ୱେଚ୍ଛା ସେବୀ ଅନୁଷ୍ଠାନ , ପୌର ସଂସ୍ଥା ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ତ୍ୱରାନ୍ୱିତ କରି ସହରକୁ ନିର୍ମଳ କରି ଗଢି ତୋଳିବାକୁ ଜିଲ୍ଲାପାଳ ରଘୁଜୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ଜିଲ୍ଲା ଶିକ୍ଷା ଅଧିକାରୀ ଡ.ଉଦୟନାଥ ମାଝୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଉପଖଣ୍ଡ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ପୂର୍ତ୍ତ ବିଭାଗ ଯନ୍ତ୍ରୀ,ଅଧ୍ୟାପକ ଅଜୟ କୁମାର ରାଉତ,ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ରମଣୀରଞ୍ଜନ ରାଉତରାୟ, ଈଶ୍ୱର ଚନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top