ଜିଲ୍ଲା ପରିକ୍ରମା

ଜିଲ୍ଲା ପ୍ରଗତିଶୀଳ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବିଶ୍ୱ ପୁସ୍ତକ ଦିବସ ପାଳିତ

ଭଦ୍ରକ, ୨୫ା୪(ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିଶ୍ୱ ଇତିହାସର ଏକ ସ୍ମରଣୀୟ ଦିବସ। ଜିଲ୍ଲା ପ୍ରଗତିଶୀଳ ସାହିତ୍ୟ ପରିଷଦ, ଭଦ୍ରକ ଆନୁକୁଲ୍ୟରେ ପାଳିତ ଏହି ଉତ୍ସବରେ ସମାଜର ବିଭିନ୍ନ ବର୍ଗର ବୁଦ୍ଧିଜିବୀମାନେ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ବନ୍ଧରେ ବିଶଦ ଆଲୋଚନା କରିଥିଲେ। ୧୯୯୨ ମସିହାର ଏହି ଦିବସ ପାଳିତ ହୋଇ ଆସୁଥିଲେ ମଧ୍ୟ ୟୁନିସ୍କୋ ୧୯୯୫ ମସିହାରେ ଏହି ଦିବସକୁ ମାନ୍ୟତା ପ୍ରଦାନ କରିଥିଲା। ବିଶ୍ୱ ପ୍ରସିଦ୍ଧ ଲେଖକ କାର ଭେଣ୍ଟିସଙ୍କ ଜନ୍ମଦିନ ତଥା ବହୁ ବିଶ୍ୱ ବିଦୀତ ସାହିତ୍ୟିକଙ୍କର ଆର୍ବିଭାବ ଏବଂ ତିରୋଧାନ ଏପ୍ରିଲ ୨୩ ତାରିଖରେ ହୋଇଥିବାରୁ ଏହି ଦିବସକୁ ବିଶ୍ୱ ପୁସ୍ତକ ଦିବସ ରୂପେ ମାନ୍ୟତା ମିଳିଥିଲା। ବିଶ୍ୱ ପ୍ରସିଦ୍ଧ ନାଟ୍ୟକାର ଉଇଲିୟମ ସେକ୍ସପିୟରଙ୍କର ତିରୋଧାନ ଦିବସ ଥିଲା ଏପ୍ରିଲ ୨୩ ତାରିଖ। ପୁସ୍ତକ ଯୁଗେ ଯୁଗେ ମଣିଷର ଅନ୍ତରଙ୍ଗ ବଂଧୁ। ପୁସ୍ତକ ଅନ୍ଧର ଆଶାବାଡ଼ି ସଦୃଶ। ନିର୍ଜନତା ଓ ନିଃସଙ୍ଗତାର ସାଥି, ଶିଶୁ ଅନୁସିନ୍ଧିତ୍ସୁ ମନର ମାର୍ଗଦର୍ଶକ। ଯୁଗେ ଯୁଗେ ପୁସ୍ତକର ଚାହିଦା ରହିଛି ଓ ରହିଥିବ ବୋଲି ସଭାରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କର ମତ ପ୍ରକାଶ ପାଇଥିଲା। ଟଲଷ୍ଟୟଙ୍କର ୱାର ଏଣ୍ଡପିସ୍, ବିଚର ଷ୍ଟୋଙ୍କର ଅଙ୍କଲ ଟମସ୍ କେବିନ୍, ହାରମାନ ହାସେଙ୍କର ଆନନ୍ଦମଠ, ମାର୍କସଙ୍କର ଦାସ କ୍ୟାପିଟାଲ ଏବଂ ଅନ୍ୟାନ୍ୟ କାଳଜୟୀ ପୁସ୍ତକ ଗୋଟିଏ ଦେଶ ଓ ଜାତିର ସଭ୍ୟତା ଏବଂ ସଂସ୍କୃତିର ଅମୂଳଚୂଳ ପରିବର୍ତ୍ତନ ଘଟାଇ ପରିଥିଲା ବୋଲି ପ୍ର. ଅଟଳ ବିହାରୀ ନାୟକ ନିଜର ବକ୍ତବ୍ୟରେ କହିଥିଲେ। ଡାକ୍ତର ରବି ନାରାୟଣ ମହାପାତ୍ର, ପ୍ରଗତିଶୀଳ ସାହିତ୍ୟ ପରିଷଦ ଅଧ୍ୟକ୍ଷ ଗିରିଧାରୀ ନାଥ, ବିଜୁ ସ୍ମୃତି କମିଟି ଅଧ୍ୟକ୍ଷା, ଅମୀତା ବାଳା ଆ·ର୍ଯ୍ୟ, ଓଡ଼ିଶା ପ୍ରଶାସନିକ ସେବାର ଅବସର ପ୍ରାପ୍ତ ପ୍ରଶାସକ ବିଦ୍ୟାଧର ପଲେଇ, ଅଧିବକ୍ତା ଅଗଣୀ ଚରଣ ଜେନା, ପ୍ର. କୈଳାଶ ଚନ୍ଦ୍ର ଜେନା, ଇଂ. ସନାତନ ଦାସ ଏବଂ ଶିକ୍ଷାବିତ୍ ବିଶ୍ୱାନାଥ ଜେନା ପ୍ରମୁଖ ନିଜର ମତାମତ ରଖିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top