ଜିଲ୍ଲା ପୋଲିସ ମୂଖ୍ୟାଳୟରେ ରାଜ୍ୟ ଗ୍ୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

କେନ୍ଦ୍ରାପଡା ୬/୧୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଜିଲ୍ଲା ପୋଲିସ ମୂଖ୍ୟାଳୟର ରିଜର୍ଭ ପଡିଆରେ ଆଜି ୫୫ତମ ରାଜ୍ୟ ଗ୍ୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉସôବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୟାନିଧି ଗୋଛାୟତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଗ୍ୃହରକ୍ଷୀମାନେ ନିଷ୍ଠାର ସହିତ ସେବା ମନୋଭାବ ନେଇ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୋଛାୟତ କହିଥିଲେ । ଏହି ଉସôବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଦାସ,ଉପ ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ବେହେରା,କେନ୍ଦ୍ରାପଡା ଏସ.ଡି.ପି.ଓ. କେଦାର ନାଥ ସାହୁ,ପଟ୍ଟାମୁଣ୍ଡାଇ ଏସ.ଡି.ପି.ଓ.ଉମାକାନ୍ତ ମହାରଣାଙ୍କ ସମେତ ବିଭିନ୍ନ ଥାନାର ଆଇ.ଆଇ.ସି.ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *