ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପୋଲିସ ବାରାକ ଉଦଘାଟିତ

କେନ୍ଦ୍ରାପଡା ୩/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜଝାଙ୍ଗର ଜିଲ୍ଲା ପୋଲିସ ମୁଖ୍ୟାଳୟସ୍ଥିତ ରିଜର୍ଭ ପୋଲିସ କାର୍ଯ୍ୟାଳୟ ନିକଟରେ ଏକଶହ ପୋଲିସ କର୍ମଚାରୀ ରହିବାର ବ୍ୟବସ୍ଥା ଥିବା ଏକ ପୋଲିସ ବାରାକ ଗୃହକୁ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ସୈାମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଦୟାନିଧି ଗୋଚ୍ଛାୟତ, କେନ୍ଦ୍ରାପଡା ପୁର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା,ବିକାଶ ଦାସ, କେନ୍ଦ୍ରାପଡା ଉପ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *