ଜିଲ୍ଲା ପରିକ୍ରମା

ଜିଲ୍ଲା ଜଳ ପରିମଳ ମିଶନ ସ୍ୱଛ ଭାରତ ସମୀକ୍ଷା ବୈଠକ

ପୁରୀ, ୨୪/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଜିଲ୍ଲା ଜଳ ପରିମଳ ମିଶନର ସ୍ୱଛଭାରତ ସମୀକ୍ଷା ବୈଠକ ଶନିବାର ପୁର୍ବାହ୍ନରେ ପୌରସଦନରେ ଅନୁଷ୍ଠିତ ହୋଇଯାଇଛି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ ଜିଲ୍ଲାରେ ସ୍ୱଛ ଭାରତ ଯୋଜନାରେ ପାଇଖେନା ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ସଂମ୍ପର୍କରେ ସମୀକ୍ଷା କରିଥିଲେ।ଦୀର୍ଘଦିନ ହେବ ପ୍ରବର୍ତକମାନେ ବିଭିନ୍ନ ସ୍ଥାନରେ ଲୋକମାନଙ୍କର ପାଇଖେନା ବସାଇସାରିଥିଲେ ମଧ୍ୟ ୨୦%ଅର୍ଥ ପ୍ରଦାନ କରାଯାଇନଥିବାରୁ ଜିଲ୍ଲାପାଳ ଉଦ୍ବେଗ ପ୍ରକାଶ କରିଥିଲେ। ଏଦିଗରେ ସହକାରୀ ଯନ୍ତ୍ରୀ ମାନଙ୍କର ଅବହେଳାକୁ ଦାୟୀ କରି ସେମାନଙ୍କର ଏପ୍ରିଲ୍ ମାସର ଦରମା ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେିଛନ୍ତି। ବୈଠକ ପ୍ରାରମ୍ଭରେ ସଦସ୍ୟ ସଚିବ ତଥା ଭିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ନାୟକ ସ୍ୱଛ ଭାରତ କାର୍ଯ୍ୟ କ୍ରମରେ ଜିଲାରେ ନିର୍ମାଣ କରାଯାଇଥିବା ପାଇଖାନା ସ୍ଥିତି ସଂମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବୈଠକରୁ ସୂଚନା ମିଳିଥିଲା ଯେ ୨୦୧୭-୨୦୧୮ ବର୍ଷରେ ଜିଲ୍ଲାରେ ୧୨୭୩୩୭ଟି ପାକଖାନା ବସେଇବାକୁ ଲକ୍ଷଧାର୍ଯ୍ୟ ହୋଇଥିବା ବେଳେ କେବଳ ୩୨୫୬୭ ପାଇଖାନା ବସା ଯାଇଛି। ପ୍ରବର୍ତ୍ତକମାନେ ଠିକ ଭାବେ ପଇସା ପାଉନଥିବାରୁ କାମ ପଛାଇଛି। ତୁରନ୍ତ ଏ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ବିଭିନ୍ନ ବ୍ଲକ୍ ର ମଣ୍ଡଳ ଉନ୍ନୟନ ଅଧିକାରୀ, ଏସ୍.ଏସ୍.ଜି. ସ୍ୱେଚ୍ଛାସେବୀ କନିଷ୍ଠ ଯନ୍ତ୍ରୀ ପ୍ରବର୍ତକମାନେ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ଜଳ ପରିବହନ ମିଶନ ର ପରାମର୍ଶ ଦାତା ରଞ୍ଜନ କୁମାର ସାହୁ, ସୁନିଲ୍ ଜେନା ସହକାରୀ ଯନ୍ତ୍ରୀ ଦିଗ ନ୍ୟବାସ ବିଶ୍ୱାଳ, ଭକ୍ତ ବଲ୍ଲଭ ମିଶ୍ର, ଓ ଆଲୋକ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top