ଜିଲ୍ଲା କଂଗ୍ରେସ ଦ୍ୱାରା ବିଶ୍ୱାସଘାତକ ଦିବସ ପାଳିତ

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ମୋଦି ସରକାରଙ୍କ ବିରୁଦ୍ଧରେ ବିଶ୍ୱାସଘାତକ ଦିବସ ଆଜି ଭଦ୍ରକରେ ପାଳିତ ହୋଇଛି। ଏହି ଉପଲକ୍ଷେ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏକ ସଭା ଜିଲ୍ଲା ସଭାପତି ନରେନ ପଲେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ନରେନ୍ଦ୍ର ମୋଦିଙ୍କ ୪ବର୍ଷ ଶାସନ କାଳରେ ସାଧାରଣ ଜନତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବାରୁ ଆଜିର ଦିନକୁ ବିଶ୍ୱାସଘାତକ ଦିବସ ଭାବେ ପାଳନ କରାଯାଇଥିବା ଶ୍ରୀ ପଲେଇ କହିଥିଲେ। ଉକ୍ତ ପ୍ରତିବାଦ ସଭାରେ ପ୍ରାକ୍ତନ ବିଧାୟକ ପଞ୍ଚାନନ ମଣ୍ଡଳ, ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ନେତା ସୁବ୍ରତ ଦାସ, ବାସୁଦେବପୁର ନିର୍ବାଚନମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକ, ଧାମନଗରର ହୃଦାନନ୍ଦ ସେଠୀ, ଜିଲ୍ଲା ଉପସଭାପତି ଦିଲ୍ଲୀପ ନାୟକ, ଜିଲ୍ଲା ସାଧାରଣ ସଂପାଦକ ଆଶିଶ ରାଉତ, ଦେବରୂପ ମହାନ୍ତି, କୁଟିଆ ନାୟକ, ବାସୁଦେବପୁର ପୌରାଧ୍ୟକ୍ଷ ଅଶୋକ ଦାସ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ଅତିଶ ଦାସ, ନଗର ସଭାପତି ଅବଦୁଲ ମୋକିଦ ଖାଁ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ନରନାରାୟଣ ଜେନା, ପିତାମ୍ବର ନାୟକ, ଅନନ୍ତ ପଣ୍ଡା, ଚିନ୍ତାମଣୀ ବାରିକ, ରବି ଘୋଷ, ବ୍ଲକ ସଭାପତି ରଜନୀ ଚନ୍ଦ, ସରୋଜ ଦାସ, ଦିଗମ୍ବର ଦାସ, ପ୍ରସନ୍ନ ଧଳ, ଯୁବନେତା ନଳିନୀ ମହାନ୍ତି, ଜ୍ୟୋତିପ୍ରକାଶ ମହାନ୍ତି, ଶୁଭେନ୍ଦୁ ରାୟମହାପାତ୍ର, ଯୁବ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ଦାସ, ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚନ୍ଦ, ଲକ୍ଷ୍ମୀପ୍ରିୟା ଜେନା, ହାସିନା ଖାତୁନ, ଛାତ୍ର ନେତା ବଳରାମ ରାଉତ, ହେମନ୍ତ ମହାପାତ୍ର, ସଦାନନ୍ଦ ରାଉତ୍, ମୁନା ପରିଡ଼ା, ବାବୁ ବାରିକ, ଯତିନ୍ଦ୍ର ସାହୁ, ବିଦ୍ୟାଧର ଜେନା, ବିଶ୍ୱମ୍ଭର ପରିଡ଼ା, ସୁଶାନ୍ତ ଘଡ଼େଇ, ଫୁକୁ ଚୌଧୁରୀ, ଆପ୍ପା ରାଓ, ପିଣ୍ଟୁ ପରିଡ଼ା, କିସାନ ସେଲ ଅଧ୍ୟକ୍ଷ ନିମାଇଁ ଜେନା, ବାପୁଜି ପରିଡ଼ା, ମନୋଜ ପଣ୍ଡା, ବିକି ଦାସ, ସୌମ୍ୟରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *