ଜିଲ୍ଲା କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ

କେନ୍ଦ୍ରାପଡା ୬/୧୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଅନୁସୁଚିତ ଜାତି ବିଭାଗ ସେଲ ପକ୍ଷରୁ ଆଜି ପୂର୍ବାହ୍ନରେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭାରତ ରନô ବାବା ସାହେବ ଡଃ ଭୀମାରାଓ ଆମ୍ବେଦକରଙ୍କ ୬୧ତମ ଶ୍ରାଦ୍ଧ ଦିବସ ପାଳନ ଉପଲକ୍ଷେ ଏକ ବୈଠକ ଜିଲ୍ଲା କଂଗ୍ରେସ ଅନୁସୂଚିତ ଜାତି ସେଲର ଅଧ୍ୟକ୍ଷ ସର୍ବେଶ୍ୱର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା,ଅନୁସୁଚିତ ଜାତି ବିଭାଗ ଉପାଧ୍ୟକ୍ଷ ପରିକ୍ଷିତ ମଲ୍ଲିକ,ଗୈାରାଙ୍ଗ ଯେନା,ଦିଲ୍ଲିପ ମଲ୍ଲିକ,ସୁରେଶ ଚନ୍ଦ୍ର ମଲ୍ଲିକ,ଶକୁନ୍ତଳା ସେଠୀ,ଜିଲ୍ଲା କଂଗ୍ରେସ ପଛୁଆବର୍ଗ ସେଲର ଅଧ୍ୟକ୍ଷ ଫକିର ଚରଣ ଖଟୁଆ, ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସୟଦ ଅବଦୁଲ ସତ୍ତାର,ମୁକ୍ତାର ଖାଁ,ଗୋପାଳକ୍ୃଷ୍ଣ ଜେନା,ମୀର ମୁର୍ସିଦ,ଶିବ ପ୍ରସାଦ ବିଶ୍ୱାଳ,ବଂଶୀଧର ସେଠୀ ପ୍ରମୁଖ ଯୋଗଦେଇ ଡଃ ଆମ୍ବେଦକରଙ୍କ ନିତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜର ଦଳିତ,ଅବହେଳିତ,ନିଷ୍ପେଶିତ ବର୍ଗଙ୍କ ଅଧିକାର ପାଇଁ ଲଢେଇ ଯାରି ରଖିବାକୁ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *