କେନ୍ଦ୍ରାପଡ଼ା

ଜିଲ୍ଲା କଂଗ୍ରେସର ଜୋନସ୍ତରୀୟ ବୈଠକ

କେନ୍ଦ୍ରାପଡା, ୨୪/୦୯(ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)- କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରାଙ୍କ ସଭାପତିତ୍ୱରେ ଜିଲ୍ଲା କଂଗ୍ରେସର ଜୋନସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦଳୀୟ ସଂଗଠନ କିପରି ସୁଦୃଢ ହେବ ଏବଂ ଜୋନସ୍ତରରୁ ବୁଥସ୍ତର ପର୍ଯ୍ୟନ୍ତ କମିଟି ଗଠନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଆଇନଜିବୀ ଧରଣିଧର ନାୟକ, ଜୟନ୍ତ ମହାନ୍ତି, ପିସିସିର ସାଧାରଣ ସମ୍ପାଦକ ଆକବର ଅଲ୍ଲୀ, ସମ୍ପାଦକ ଅଜୟ ସାମଲ, ମୁକ୍ତାର ଖାଁ ପ୍ରମୁଖ ଯୋଗଦେଇ ରଘୁ·ପ ଜନୀତ ବର୍ଷାରେ ହୋଇଥିବା କ୍ଷୟକ୍ଷତିର କ୍ଷତି ପୂରଣ, ·ଷୀ ଓ ଭାଗ·ଷୀଙ୍କ ଋଣ ଛାଡକୁ ନେଇ ଜିଲ୍ଲାର ସମସ୍ତ ତହସିଲକାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ। ମହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ମାନସ ମଲ୍ଲିକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜୋନସ୍ତରୀୟ ସଭାପତି ସୌମେନ୍ଦ୍ର ପୃଷ୍ଟି, ପ୍ରଦୀପ ପ୍ରଧାନ, ମଙ୍ଗୁଳି ବେହେରା, ସର୍ବେଶ୍ୱର ସାମଲ, ଦେବେନ୍ଦ୍ର ଜେନା, କୁଳମଣୀ ସାମଲ, ଅଜୟ ଦାସ, ନକୁଳ ପରିଡା, ଜ୍ୟୋତି ପ୍ରଧାନ, ପ୍ରମୋଦ ରାଉତ, ପ୍ରମୋଦ ସ୍ୱାଇଁ, କନିନ୍ଦ୍ର ସାମଲ, ଅଶୋକ ବଳ, ରାଜୀବ ମିଶ୍ର, ଅବଦୁଲ ସତ୍ତାର, ଜୟଦେବ ପରିଡା, ରଞନ ରାଉତ, ସମ୍ବିତ ଶ୍ରଚନ୍ଦନ, ସଂଜୟ ରାଉତ, ମୀର ମୁର୍ସିଦ, ପ୍ରମୁଖ ଉପସ୍ଥିଥିଲେ। ପ୍ରାରମ୍ଭରେ ଦିବ୍ୟଗଂତ ଆତ୍ମା ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ, ରବି ସିଂ, ରବିଦାସ, ନଟବର ସିଂ, ବିମଳ ଦା, ସୁଲେଖ ସ୍ୱାଇଁଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top