କେନ୍ଦ୍ରାପଡ଼ା

ଜିଲ୍ଲା କଂଗ୍ରେସର କାର୍ଯ୍ୟକାରି କମିଟି ବୈଠକ

କେନ୍ଦ୍ରାପଡା ୩/୧ (ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )– ଜିଲ୍ଲା କଂଗ୍ରେସର ଏକ କାର୍ଯ୍ୟକାରି ବୈଠକ ଆଜି କଜଳାସ୍ଥିତ କଂଗ୍ରେସ ଭବନ ପରିସରରେ ଜିଲ୍ଲା ସଭାପତି ଦେବେନ୍ଦ୍ର ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ କେନ୍ଦ୍ରାପଡାର ବରପୁତ୍ର ନାଟ୍ୟକାର ଅନନ୍ତ ଓଝାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯାଇଥିଲା।ଜିଲ୍ଲାରେ କଂଗ୍ରେସ ସଙ୍ଗଠନକୁ ଅଧିକ ମଜଭୁତ କରିବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ସଭାପତି ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ। ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଅଂସୁମାନ ମହାନ୍ତି, ବରିଷ୍ଠ ନେତା ଧରଣୀଧର ନାୟକ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ରାଜ୍ୟ ମତ୍ସ୍ୟଜିବୀ କଂଗ୍ରେସ ସଭାପତି ହଳଧର ସେଠୀ, ଟାଉନ କଂଗ୍ରେସ ସଭାପତି ସୈାମେନ୍ଦ୍ର ପୃଷ୍ଟି, ଫକିର ଚରଣ ଖଟୁଆ, ପ୍ରଫୁଲ୍ଲ ଦାସ, ଅନ୍ନପୂର୍ଣ୍ଣା ଦାସ, ଉମାକାନ୍ତ ଦାସ, ଧରଣୀଧର ସୁଆର, ସର୍ବେସ୍ୱର ସେଠୀ, ପ୍ରଦ୍ୟୁମ୍ନ ଜେନା, ସଞ୍ଜୟ ରାଉତ, ବିଧୁଭୂଷଣ ମହାପାତ୍ର, ଜିଲ୍ଲା ସଂଖ୍ୟାଲଗୁ ସେଲ ଅଧ୍ୟକ୍ଷ ସୟଦ ଅବଦୁଲ ସତ୍ତାର, ମହେଶ ପାଢୀ, ମୀର ମୁର୍ଶିଦ, କୁମାର ଚନ୍ଦ୍ର ବଳ, ବାବୁରାମ ଜେନା, ଉମେଶ ପାଢୀ, କମଳାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top